
ସୋରଡା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଉଭୟ କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତ ଇଲାକା । ତେବେ ଉଭୟ ଗଜପତି ଓ କନ୍ଧମାଳ ଜିଲ୍ଲା ରୁ ବିଭିନ୍ନ ସମୟରେ ଗଞ୍ଜେଇ ଚୋର ଚାଲାଣ ର ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଗୁରୁବାର ସୋରଡ଼ା ଓ ବଡଗଡ ସମେତ ବିଭିନ୍ନ ସ୍ଥାନରୁ ପୋଲିସ ବାହିନୀ ଆସିବା ସହ ବନବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ବଡଗଡ ଥାନା ଜୟିସିଙ୍ଗି ଜଙ୍ଗଲରେ ଚଢାଉ କରି ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି। ଏହି ଚଢାଉ ରେ ବଡଗଡ ଥାନା ଅଧିକାରୀ ଶୁଭ୍ରଜିତ୍ ସାମନ୍ତରାୟ, ସୋରଡ଼ା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ, ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ଆସ୍କା ଥାନା ଅଧିକାରୀ କୁଳମଣି ସେଠୀ ଙ୍କ ସମେତ ପୁରା ଟିମ୍ ସାମିଲ ଥିବା ଦେଖିବାକୁ ମିଳିଛି । ଏକର ଏକର ଗଞ୍ଜେଇ ଗଛ କୁ କାଟିବା ସହ ତାକୁ ପୋଡ଼ିଛି ପୋଲିସ।