
ଭଞ୍ଜନଗର ୨୭/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସହର ଓ ବାହାଡାପଦରରେ ଗୁରୁବାର ପୃଥକ ଅଗ୍ନିକାଣ୍ଡ ଘଟି ଏକ ଦୋକାନ ଓ ଗୋଟିଏ ଲେଖାଏଁ ଚାଳ ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ରେ କୌଣସି ଲୋକ ମୃତାହତ ହୋଇ ନଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି।
ସୂଚନାନୁସାରେ, ସଟ୍ ସର୍କିଟ ଯୋଗୁ ଗୁରୁବାର ଭୋର ସମୟରେ ଭଞ୍ଜନଗର ସହରର ପୁରୁଣାବଜାର ସାହିରେ ଥିବା ଅନିଲ ପାତ୍ରଙ୍କ କାହ୍ନୁ ହୋଟେଲରେ ନିଆଁ ଲାଗିଥିଲା। ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଲିଭିନଥିଲା। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡ ରେ ଦୋକାନର ବ୍ୟାପକ ଆସବାବପାତ୍ର ପୋଡି ନଷ୍ଟ ହୋଇଥିବା ଜଣାପଡିଛି। ସେହିପରି ଗୁରୁବାର ସକାଳୁ ସାନ କୋଦଣ୍ଡା ପଞ୍ଚାୟତର ବାହାଡାପଦର ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ସାହିର ଗାୟତ୍ରୀ ନାୟକ ଓ ଝିଲି ନାୟକ ଗୋଟିଏ ଲେଖାଏଁ ବଖରା ଚାଳ ଘର ଜଳି ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭିନଥିଲା। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡ ର ଉଭୟ ପରିବାର ମଧ୍ୟ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଛି। ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ସଟ୍ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।