
ଭଞ୍ଜନଗର ୨୯/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବର୍ତ୍ତମାନ ସମୟରେ ଚାଲିଥିବା ସାଇବାର ଠକେଇକୁ ନଜର ରେ ରଖି ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଅଧକ୍ଷ ଧନଞ୍ଜୟ ବାଙ୍କୀ ରାଓ ଙ୍କ ପୌରାହିତ୍ୟରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥାନାଧିକାରୀ ଜୀବନାନନ୍ଦ ଜେନା ଯୋଗଦେଇଥିବା ବେଳେ ଏସ ଆଇ ଲଷ୍ମୀ ମହାନ୍ତି ଯୋଗଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ କ୍ଷେତ୍ରରେ ସାଇବର ଠକେଇ ଅଧିକାଂଶ ରେ ଦେଖାଯାଉଛି ତେଣୁ ନିଜର ସିକ୍ରେଟ ନମ୍ବର ଓ ପାସୱାର୍ଡ କାହାରିକୁ ପ୍ରଦାନ କରିବେ ନାହିଁ ଅଜଣା ଲୋକଙ୍କ ଫ୍ରେଣ୍ଡ୍ ତାଲିକା ରେ ରଖିବା ନାହିଁ, ନିଜର ପୁରୁଷ ଓ ମହିଳା ବନ୍ଧୁ ମାନଙ୍କ ସହ ଭିଡିଓ କଲରେ ଅନୈତିକ କାର୍ଯ୍ୟ କରିବାନାହିଁ, କିଛି ସନ୍ଦେହ ଜାତ ହେଲେ ତତକ୍ଷଣାତ ନିକଟସ୍ଥ ଥାନା ରେ ଅଭଯୋଗ କରିବା ଏଭଳି ବିଭିନ୍ନ ସଚେତନତାର ବାର୍ତା ଶ୍ରୀ ଜେନା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନ୍ୟ ଅଧ୍ୟାପକ ମନେ ଉପସ୍ଥିତ ରହି ସହଯୋଗ କରିଥିଲେ।