ଭଞ୍ଜନଗରରେ ଓଷ୍ଟା ର ମେଧାବୃତ୍ତି ପରୀକ୍ଷା

ଭଞ୍ଜନଗର :-୩୦/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ସକାଳ 10.30 ମି. ସମୟେ ଜିଲ୍ଲା ସଭାପତି ସନ୍ତୋଷ ଜେନା, ପର୍ଯ୍ୟବେକ୍ଷକ ଗଣେଶ୍ୱର ଦଳାଇ, ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର, ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ଶୋଭାରାଣୀ ମହାପାତ୍ର, ବାସନ୍ତୀ ପାଣିଗ୍ରାହୀ, ସସ୍ମିତା ମିଶ୍ର, ରାଜଲକ୍ଷ୍ମୀ ସାହୁ, ସୁଜାତା ଦାସ ଓ ତ୍ରିଲୋଚନ ମଲ୍ଲିକ ଙ୍କ ଉପସ୍ଥିତିରେ ପ୍ରଶ୍ନ ପତ୍ର ଉନ୍ମୋଚନ କରାଯାଇଥିଲା l ଏଥିରେ ବାହାଡାପଦର ନୋଡାଲ ହାଇସ୍କୁଲ, କଳିଙ୍ଗପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ l ନିରୀକ୍ଷକ ଭାବେ ବାସନ୍ତୀ ପାଣିଗ୍ରାହୀ, ସସ୍ମିତା ମିଶ୍ର, ରାଜଲକ୍ଷ୍ମୀ ସାହୁ ଓ ସୁଜାତା ଦାସ ରହି ଓଷ୍ଟାର ନିୟମାନୁଯାୟୀ ପରୀକ୍ଷା ପରିଚାଳନା କରିଥିଲେ l ପରୀକ୍ଷା ଶାନ୍ତି, ଶୃଙ୍ଖଳାର ସହ ସମାପନ ହୋଇଥିଲା l ଓଷ୍ଟାର ଏଭଳି କାର୍ଯ୍ୟକ୍ରମକୁ ବହୁ ବୁଦ୍ଧିଜୀବୀ, ଅଭିଭାବକ ପ୍ରଶଂସା କରିଛନ୍ତି l ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l