
ସୋରଡ଼ା ୦୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଭାଲିଆପଡ଼ା ଗାଁରେ ଥିବା ପର୍ବତର ଜଙ୍ଗଲ ଜମିରେ ୧୮ ଏକର ବେଆଇନ ଜମିରେ ୪୯ ହଜାର ଦୁଇସହ ଗଞ୍ଜେଇ ଗଛ କୁ ପୋଡି ନଷ୍ଟ କରାଯାଇଛି l ଆସିକା ଏସଡିପିଓ ଙ୍କ ତତ୍ତ୍ଵାବଧାନରେ ସୋରଡ଼ା, ବଡଗଡ, ଶେରଗଡ଼, ଧରାକୋଟ , କୋଟିନଡ଼ା ପୋଲିସ ଓ ବଡଗଡ ବନ ବିଭାଗ ର ମିଳିତ ଅପରେସନ ରେ ଭାଲିଆପଡ଼ା ଗ୍ରାମ ଜଙ୍ଗଲ ଓ ପର୍ବତରେ ବେଆଇନ ଭାବରେ ଲାଗିଥିବା ଗଞ୍ଜେଇ ଚାଷ କୁ ନଷ୍ଟ କରି ଥିବାର ଜଣା ପଢିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ହେବ ୩ କୋଟି ୯ ଲକ୍ଷ୍ୟ ହେବ ବୋଲି ଅନୁମାନ କରାଯାଉଛି । ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ସୂଚନା ଦେଇଛନ୍ତି ସୋରଡ଼ା ଅତିରିକ୍ତ ତହସିଲଦାର ।