
ବୁଗୁଡ଼ା, ୦୫/୧୨: (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ବାଲିପଦର ଧର୍ମ ଜାଗରଣ ସମିତି ସଭାପତି ତଥା ବରିଷ୍ଠ ପ୍ରବଚକ ବିଶ୍ବନାଥ ରଣା ୯୪ବର୍ଷ ବୟଷରେ ଗୁରବାର ସନ୍ଧ୍ଯା ୮ଘଣ୍ଟ ବେଳେ ପରଲୋକ ଗମନ କରିଛନ୍ତି। ମ୍ରୁତ୍ୟୁ ବେଳକୁ ନିଜ ବାଲିପଦର ସ୍ଥିତ ବାସ ଭବନରେ ପୁତ୍ର ନିରଞ୍ଜନ ରଣା, ଦେବନାଥ ରଣା ବୋହୁ ପୁଷ୍ପିତା ରଣା, ଶର୍ମୀଳାରଣା ଝିଅ ପଦ୍ମା ମହାପାତ୍ର, ପୂର୍ଣ୍ଣ ବାସି ରଣା, ନାତି ସୌମ୍ୟ ନାତୁଣୀ ମିଲି ସମେତ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ। ସ୍ବର୍ଗତ ରଣା ଜଣେ ଭଦ୍ର, ମେଳାପି ଏବଂ ଜଣେ ସଂସ୍କୃତି ପ୍ରେମି ଥିଲେ। ବାଲିପଦରରେ ଗଠିତ ଧର୍ମ ଜାଗରଣ ସମିତିର ସଭାପତି ଥିବା ସହ, ବରିଷ୍ଠ ନାଗରିକ ମଞ୍ଚର ଉପଦେଷ୍ଟା ମଧ୍ଯ ଥିଲେ। ଠାକୁର ଅନୁକୁଳ ଚନ୍ଦ୍ର, ଗାୟତ୍ରୀ ପରିବାର, ଓଁ ଶାନ୍ତି, ସତ୍ୟସାଇ, ଶ୍ରୀ ଅରବିନ୍ଦ ସଂଗଠନରେ ରହି ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରବା ସହ ପ୍ରବଚନ ପ୍ରଦାନ କରୁଥିଲେ। ବାଲିପଦର ଅଞ୍ଚଳରେ ବେଶ୍ ଜଣାଶୁଣା ଜଣେ ଧର୍ମ ପ୍ରାଣ ବ୍ଯକ୍ତିତ୍ବ ଥିଲେ। ସ୍ବର୍ଗତ ରଣାଙ୍କ ବିୟୋଗରେ ବାଲିପଦର ବରିଷ୍ଠ ନାଗରିକ ମଞ୍ଚର ସଭାପତି ଇଂ. ବିପ୍ର ଚରଣ ପାତ୍ର, ବଣିକ ସଂଘ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ପ୍ରଫେସର କୃତିବାସ ବିଶ୍ବାଳ, କେ. ବିଷ୍ଣୁ ପ୍ରସାଦ ପାତ୍ର, ପ୍ରାକ୍ତନ ଅଧ୍ଯକ୍ଷ ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର, କବି ଗୌରୀ ପତି ଦାଶ, ସଂପାଦକ ବିଜୟଚନ୍ଦ୍ର ମହାରଣା, ତ୍ରିନାଥ ସାସମଲ, ପ୍ରଧାନ ଶିକ୍ଷକ ଇ. ନିଳାଚଳପାତ୍ର, ସନ୍ୟାସୀ ମହାରଣା, ଜି. ସଞ୍ଜିବ କୁମାର ପାତ୍ର, ହାଡି ବନ୍ଧୁ ପାତ୍ର, ପ୍ରକାଶ ରଥ, ମଙ୍ଗୁଳି ପାତ୍ର ନରସିଂହ ପାତ୍ର ଫାର୍ମାସିଷ୍ଟ ପ୍ରମୋଦ କୁମାର ପାଢି, ରଘୁନାଥ ପଣ୍ଡା, ରାଜେନ୍ଦ୍ର ମହାରଣା,ପୁରୁଷୋତ୍ତମ ସାହୁ, କେ. ସୁଧାକର ପାତ୍ର,କେ.ଅଚ୍ୟୁତ ପାତ୍ର,ଖଲି ପରିଡା, ବାଳା ମହାପାତ୍ର,ଶିବପ୍ରସାଦ ଦାସ,ସୁଦର୍ଶନ ପାତ୍ର, ସୁରେଶ ରାଉତ, ଧନେଶ୍ଵର ଜେନା, କୈବଲ୍ୟ ସ୍ବାଇଁ, ବସନ୍ତ କୁମାର ସାହୁ, ପଞ୍ଚାନନ ପଲାଇ, ଦିଲିପ ପଟ୍ଟନାୟକ, କିଶୋର ପାତ୍ର, କେ. ଦ୍ବାରିକାନାଥ ପାତ୍ର,ପ୍ରଦିପ ପାଢୀ, ସମେତ ଯୋଗ ଶିବିରର ସଦସ୍ଯ ଗଣ ଫ୍ରେଣ୍ଡସ୍ କ୍ଳବ୍ ର ସମସ୍ତ ସଦସ୍ଯ ଉପସ୍ଥିତ ରହି ଶୋକବ୍ୟକ୍ତ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।