ଭଞ୍ଜନଗର: ବାଇକ୍ ଧକ୍କାରେ କୁଟୁରା ମୃତ

ଭଞ୍ଜନଗର ୦୯/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଫୁଲବାଣୀ ରାସ୍ତା ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ବାଇକ୍ ଧକ୍କାରେ ଏକ କୁଟୁରାର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହି ମଧ୍ୟ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ଆହାତ ମାନେ କନ୍ଧମାଳ ଜିଲ୍ଲା ଉଦୟଗିରି ଥାନା ମାଲିକପୁରର ସୁରଜ କୁମାର ପ୍ରଧାନ ଓ ଗୋକୁଳାନନ୍ଦ ନାୟକ। ଉଭୟଙ୍କୁ ଭଞ୍ଜନଗର ପୁଲିସ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ବନବିଭାଗ କୁଟୁରର ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।