ଜି.ନୂଆଗାଁରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବେଲଗୁଣ୍ଠା/୦୯/୧୨ (ବିନାୟକ ଗୌଡ଼ , ଓଡ଼ିଶା ଟୁଡେ): ରାଜ୍ୟ ଓ ଜିଲ୍ଲା ପ୍ରଶାସନର ସହଯୋଗ ଓ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ଜି.ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ବେଲଗୁଣ୍ଠା ତହସିଲଦାର ତଥା ବେଲଗୁଣ୍ଠା ବିଡ଼ିଓ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ପୋଲିସ ଥାନା ଏଏସଆଇ ଜୋତ୍ସନା ପ୍ରଧାନ, ସ୍ଥାନୀୟ ସରପଞ୍ଚ ଅଚ୍ୟୁତାନନ୍ଦ ସାହୁ ,ସମିତି ସଭ୍ୟା ଭାଗ୍ୟଳତା ସେଠୀ, ନାୟବ ସରପଞ୍ଚ କୁନି ଜେନା ଓ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣିରେ ବିଭିନ୍ନ ସମସ୍ୟା ସମ୍ପର୍କିତ ୯୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ଅଧିକାଂଶ ଅଭିଯୋଗର ସମାଧାନ ହୋଇ ପାରିଥିବା ଜଣାପଡ଼ିଛ । ଏହି ଶୁଣାଣି ବେଳେ ବ୍ଲକର ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ସହ ସ୍ଥାନୀୟ ଅଞ୍ଚଳର ପ୍ରତୀନ୍ଦ୍ର କୁମାର ପରିଡ଼ା, ସୁବ୍ରତ ପରିଡ଼ା ,ସୁଶାନ୍ତ ପରିଡ଼ା ପ୍ରମୁଖଙ୍କ ସହ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।