ଜଗନ୍ନାଥପ୍ରସାଦ ରେ ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗନ୍ନାଥପ୍ରସାଦ ୦୯/୧୨ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପଟ୍ଟାଧାର ଗ୍ରାମର ରଘୁନାଥ ସ୍ୱାମୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ହାତୀ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ଵାରା ପଟ୍ଟାଧାର ଗ୍ରାମରେ ଏକ ସଚେତନତା ରାଲି ବା ନଗର ପରିକ୍ରମା କରାଯାଇଥିଲା ଏହା ପରେ ଗ୍ରାମର ମଝି ଦାଣ୍ଡରେ ଏକ ସଚେତନତା ସଭାର ଆୟୋଜନ କରାଯାଇ ଗ୍ରାମବାସିଙ୍କୁ ହାତୀ ସୁରକ୍ଷା ନିମନ୍ତେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଅବସର ପ୍ରାପ୍ତ ବନ କର୍ମଚାରୀ ତଥା ସମାଜ ସେବି ଶୁଳପାଣି ଶତପଥି, ସମାଜ ସେବି ପରିବେଶବିତ ବିଦେଶୀ ସାହୁ, ପରିବେଶବିତ ଗୋପାଳ ଚନ୍ଦ୍ର ପାତ୍ର, ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ସାହୁ ଅନ୍ୟାନ୍ୟ ବନ କର୍ମଚାରୀ, ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଜେନା ସହକାରୀ ଶିକ୍ଷକ ଲକ୍ଷ୍ମୀ କାନ୍ତ ବାରିକ, ଅମୁଲ୍ୟ କୁମାର ସ୍ୱାଇଁ , ଚିଦାନନ୍ଦ ପ୍ରଧାନ, ନମିତା ସାହୁ, ସୁଶାନ୍ତ କୁମାର ଦାସ, ନୀଳମଣି ଆରୁଖ, ପରମେଶ୍ୱର ପ୍ରଧାନ, ପୂର୍ଣ୍ଣବାସୀ ଜେନା, ପ୍ରକାଶ ପୋଲାଇ, ଶଙ୍କର ପ୍ରଧାନ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିବେଶ ପ୍ରେମୀ ଶ୍ରୀଯୁକ୍ତ ବିଦେଶୀ ସାହୁଙ୍କ ବଳିଷ୍ଠ ସହଯୋଗରେ ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରିଶେଷରେ ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ ସହିତ ସଭା ସାଙ୍ଗ କରିଥିଲେ।