
ଭଞ୍ଜନଗର :-୧୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡିହପଢାଳ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ଓଡିଶା ଶିକ୍ଷା ସେବା ରେ ପଦୋନ୍ନତି ପାଇ ସୋରଡ଼ା, ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଯୋଗଦେଇଥିବା ଯୋଗୁଁ ବିଦ୍ୟାଳୟ ତରଫରୁ ପ୍ରଧାନଶିକ୍ଷୟିତ୍ର ଙ୍କ ସଭାପତିତ୍ୱରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ଓଷ୍ଟl ଜିଲ୍ଳା ସଭାପତି ସନ୍ତୋଷ ଜେନା, ବ୍ଲକ ସମ୍ପାଦକ ଗୌରୀନନ୍ଦନ ହୋତ୍ତା, ଆଲୋଷ୍ଟl ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସମେତ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ଶ୍ରୀଯୁକ୍ତ ସ୍ୱାଇଁଙ୍କ ବିଦ୍ୟାଳୟ ପ୍ରତି ରହିଥିବା ଅଭୁଲା ସ୍ମୃତିକୁ ସାଉଁଟି ଥିଲେ l ବିଦ୍ୟାଳୟ ତରଫରୁ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପତ୍ର ସହ ଉପହାର ପ୍ରଦାନ କରାଯାଇଥିଲା l ବ୍ଲକ ଓଷ୍ଟl ତରଫରୁ ମଧ୍ୟ ଶ୍ରୀଯୁକ୍ତ ସ୍ୱାଇଁଙ୍କୁ ପ୍ରଶଂସାପତ୍ର ସହ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା l ଏହିଅବସରରେ ବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ବିଦାୟୀ ପ୍ରଧାନଶିକ୍ଷକଙ୍କ ବିଦ୍ୟାଳୟ ପ୍ରତି ରହିଥିବା ସମ୍ପର୍କ ଉପରେ ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ତାଙ୍କର ପ୍ରିୟ ପ୍ରଧାନଶିକ୍ଷକଙ୍କୁ ବିଦାୟ ଦେଇଥିଲେ l