
ସୋରଡ଼ା ୧୬/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦିନକୁ ଦିନ ବୃଦ୍ଧି ପାଉଛି ଗୋ ଚାଲାଣ ।ତେବେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସମୟ ରେ ଗୋଚାଲାଣ କୁ ରୋକିବାରେ ସଫଳ ହେଇଚି ପୋଲିସ୍ ହେଲେ ଆଜି ମଧ୍ଯ ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ପୋଲିସ ପାଖାପାଖୀ ୬୦ ରୁ ଉର୍ଦ୍ଧ ଗାଈଗୋରୁ ଙ୍କୁ ଉଦ୍ଧାର କରିଛି ।ତେବେ ଗୋମାଫିଆ ମାନେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାନ୍ତିଲିଙ୍ଗି ଗାଁ ହୋଇ ବଡ଼ଗଡ଼ ଥାନା ମେରିକୋଟ ପଞ୍ଚାୟତ ର ମଇଁଶୀଖତ ଗ୍ରାମ ଦେଇ ଗଜପତି ଜିଲ୍ଲା କୁ ନେଆଉଥିବା ବେଳେ ସେଇ ଆଖପାଖ ଅଞ୍ଚଳରେ ବଡଗଡ ପୋଲିସ ପେଟ୍ରୋଲିଙ୍ଗ କରୁଥିଲା ତେବେ ଗୋ ଚାଲାଣ ହେଉଥିବା ଖବର ପାଇଁ ବଡଗଡ ଥାନା ଅଧିକାରୀ ଶୁଭ୍ରଜିତ୍ ସାମନ୍ତରାୟ ଓ ତାଙ୍କ ଟିମ୍ ମଇଁଶୀଖତ ନିକଟ ରେ କିଛି ଗୋରୁଗାଈ ବେପାରୀ ଙ୍କ ଠାରୁ ଗାଈଗୋରୁ ଙ୍କୁ ଉଦ୍ଧାର କରିବା ସହ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ଜଣାପଡିଛି। ଏବଂ ସେହି ଗାଈ ଗୋରୁ ମାନଙ୍କୁ ଗୋଶାଳାକୁ ପଠାଇବା କଥା କହିଁଛନ୍ତି ବଡଗଡ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ।