ଜୁନିୟର ରେଡକ୍ରସର ଜିଲ୍ଲା ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ।

ବୁଗୁଡ଼ା- ୧୬/୧୨ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )
ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୫୩ ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡ୍କ୍ରସ୍ ଶିକ୍ଷା ଓ ତାଲିମ ଶିବିର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଉଚ୍ଚ ବିଦ୍ୟାଳୟଠାରେ ଉଦଘାଟିତ। ହୋଇଯାଇଛି । ଅତିରିକ୍ତ ଶିକ୍ଷା ଅଧିକାରୀ ଡ଼ଃ ପ୍ରଭାତୀ କୁମାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ସେବା ମନୋବୃତି ନେଇ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ । ମୁଖ୍ୟ ବକ୍ତା ରୂପେ ରାଜ୍ୟ ରେଡ୍ କ୍ରସ ଅଧିକାରୀ ଓ ରାଜ୍ୟପାଳ ପୁରସ୍କୃତ ଲକ୍ଷ୍ମଣ ସ୍ୱାଇଁ ପ୍ରତି ବିଦ୍ୟାଳୟରେ ରେଡକ୍ରସ ୟୁନିଟ୍ ସକ୍ରିୟ ଭାବେ ସେବା ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ । ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ବ୍ଲକ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର , ଜନତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ,ଜିଲ୍ଲା ରେଡ୍ କ୍ରସ୍ ଅଧିକାରୀ ସ୍ନେହ ଲତା ପଣ୍ଡା ,ସଂଗଠନ ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ଇ ନୀଳାଚଳ ପାତ୍ର, ଶିବିର ନିର୍ଦ୍ଦେଶକ ହିମାଂଶୁ କୁମାର ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶକ ଡଃ ବିଜୟ ଚନ୍ଦ୍ର ମହାରଣା, କାର୍ଯ୍ୟକ୍ରମ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପଣ୍ଡା , ବିଜୟ କୁମାର ବେହେରା ପ୍ରମୁଖ ମଞ୍ଚାସିନ ହୋଇ ଉତ୍ତମ ନାଗରିକ ହୋଇ ଦେଶ ସେବା କରିବାକୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ରେଡ୍ କ୍ରସର ସମ୍ପାଦକ ଭାଗିରଥୀ ସ୍ୱାଇଁ ବିବରଣୀ ପ୍ରଦାନ ସହ ସ୍ବାଗତ ଓ ପରିଚୟ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାର ୨୨ବ୍ଲକ ରୁ ୧୩୫ ଟି ଉଚ୍ଚ ବିଦ୍ୟାଳୟ ୬୩୬ ଜଣ ଜୁନିଅର ଅଂଶ ଗ୍ରହଣ କରିଥିଲେ ।ପ୍ରଥମ ଦିବସରେ ସମ୍ବଳ ଶିକ୍ଷକ ଭାବେ ବରିଷ୍ଠ ସାଧନ କର୍ମୀ ଦେବୀ ପ୍ରସାଦ ସାହୁ ରେଡ୍ କ୍ରସ୍ ର ଇତିହାସ ଉପରେ ତାଲିମ ପ୍ରଦାନ କରିଥିଲେ । ତିନିଦିନ ଧରି ଉକ୍ତ ଶିବିରରେ ବକ୍ତୃତା , ପ୍ରବନ୍ଧ , ଚିତ୍ରାଙ୍କନ ,ପ୍ରଦର୍ଶନୀ ,ଗୋଷ୍ଠୀ ସଙ୍ଗୀତ ,ଗୋଷ୍ଠୀ ନୃତ୍ୟ , ପ୍ରାଥମିକ ଚିକିତ୍ସା , ରଙ୍ଗୋଲି , ସାଧାରଣ ଜ୍ଞାନ ଓ ଫେଶନ ଶୋ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହେଉ ଅଛି । ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନାରେ ଭିକାରୀ ଚରଣ ଗୌଡ ,ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ,ଜିଲ୍ଲା ସଂଯୋଜକ ପଞ୍ଚାନନ ପାଣିଗ୍ରାହୀ , ବୁଗୁଡ଼ା ବ୍ଲକ ସଂଯୋଜକ ଆର୍ ଧର୍ମା ରାଓ , ସୁଜ୍ଞାନୀ କୁମାରୀ ନାୟକ ,ରଶ୍ମିତା କୁମାରୀ ରାଉଳ , ବିନାୟକ ତ୍ରିପାଠୀ ,ଆଶିଷ ପାଢ଼ୀ ,ରାମ କୃଷ୍ଣ ସାହୁ ,ମନୋଜ ସ୍ୱାଇଁ,ପ୍ରସନ୍ନ କୁମାର ସାହୁ ,ବାଲ୍ୟକୃଷ୍ନ ପଳେଇ ସମେତ ବ୍ଲକ ସଂଯୋଜକ ବୃନ୍ଦ ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରିୟ ସହ ଯୋଗ କରିଥିଲେ । ସାଂସ୍କୃତିକ ବିଚାରକ ଭାବେ ନୃସିଂହ ଚରଣ ଦାସ ,କୃତି ବାସ ଡାକୁଆ ,ଶିବ ଶଙ୍କର ପାତ୍ର , ସ୍ଥିତଧୀ ରଥ , ପ୍ରଭାସିନୀ ଅଧିକାରୀ ,ଲକ୍ଷ୍ମଣ କୁମାର ବିଷୋୟୀ ଦାୟିତ୍ଵ ନିର୍ବାହ କରିଥିଲେ । ସ୍ଥାନୀୟ ପ୍ରଧାନ ଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ ।