
ଭଞ୍ଜନଗର ୨୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଉଢୁରା ପଞ୍ଚାୟତ ନାୟକପଡା ବୈଦ୍ୟନାଥ ମନ୍ଦିରରେ ପୂଜକ ଅଛନ୍ତି ସୂର୍ଯ୍ୟନାରାୟଣ ରଣା।ତାଙ୍କ ଦ୍ୱତୀୟ ପୁତ୍ର ଉତ୍ତମ ପ୍ରସାଦ ରଣା ଚେନ୍ନାଇରେ ଏକ ଟ୍ରାକ୍ଟର ପାର୍ଟସ୍ ନିର୍ମାଣ କମ୍ପାନୀରେ କିଛି ଦିନ ହେବ କାର୍ଯ୍ୟକରୁଥିଲେ।ପ୍ରାୟ ସପ୍ତାହକ ତଳେ ଉତ୍ତମଙ୍କୁ ଜ୍ଵର ହେବାରୁ ସ୍ଥାନୀୟ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଅପରାହ୍ନ ୩ଟା ୩୦ରେ ତାଙ୍କର ମୃତ୍ୟୁ ଘଟିଥିଲା।ସମ୍ପର୍କୀୟ ଭାଇ କମ୍ପାନୀ କତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ବିମାନ ଯୋଗେ ଶବ ସୋମବାର ସକାଳେ ଭୁବନେଶ୍ୱର ଅଣାଯାଇଥିଲା।ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ଶବ ନିଜ ଗାଁ ନାୟକପଡ଼ାକୁ ଅଣାଯାଇଥିଲା।ସୋମବାର ମରାଶରୀର ଗାଁରେ ପହଞ୍ଚିବା ପରେ ପରିବାର ଲୋକ କାନ୍ଦବୋବାଳିରେ ଅଧୀର ହୋଇ ଉଠିଥିଲେ।ଗାଁ ସ୍ମଶାନରେ ଶେଷକୃତ୍ୟ କରାଯାଇଛି।ଉତ୍ତମଙ୍କ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।