
ଭଞ୍ଜନଗର: ୨୪/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜାତୀୟ ଖାଊଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ସ୍ଥାନୀୟ ଭଞ୍ଜନଗର କାରଗିଲା ସହିଦ ଭବନ ଠାରେ ଗ୍ରାହକ ଦିବସ ଉସ୍ତବକୁ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଶୁଭରାଜ ସାମନ୍ତରା ଉଦଘାଟନ ,କରି ଖାଊଟି ସଚେତନା ହେବା ପାଇଁ ବିଭିନ୍ନ ମାର୍ଗ ଦର୍ଶନ ଦେଇଥିଲେ, ଡିଜିଟାଲ ଭାରତ ଯୋଜନାରେ ଇସେବା ମାଧ୍ୟମରେ ଗ୍ରାହକ ମାନେ ଟଙ୍କା ଦେଣନେଣେ କରିବା ଉପରେ ସମ୍ମାନୀୟ ଅତିଥି ଭାବେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ଗୁରତ୍ଵ ଦେଇଥିଲ I ବାଙ୍କ, ବୀମା, ବିଦ୍ୟୁତ, ମୋବାଇଲ ଇନ୍ଟାରନେଟ, ଶିକ୍ଷା, ସ୍ୱାସ୍ଥ୍ୟ,ଡାକ, ଷ୍ଟକ, ବଜାର,ରେଲ ଓ ବିମାନ ଯାତ୍ରା, ପରିବହନ ବସ ସେବାରେ ଅବହେଲା ଓ ବଡବଜାର, ମହଲ, ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରକ, ଖାଦ୍ୟ ହୋଟେଲ ମୋଟେଲ ଓ ମେଡିସିନ ଦୋକାନ ଗୁଡିକ ଦ୍ରବ୍ୟରେ ତ୍ରୁଟି ଓ ତାର ନିରାକରଣ ଉପରେ ସାଧନା କର୍ମୀ ରୂପେ ବାର୍ଡ ସମ୍ପାଦକ
ଯୋଗଦେଇ ଉପସ୍ଥିତି ଗ୍ରାହକଙ୍କୁ ତାଲିମ ପ୍ରଦାନ କରିଥିଲେ I ଜିଲ୍ଲା ସଦର ମହାକୁମା ଦୂରତା ଯୋଗୁ ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ, ସ୍ମାର୍ଟ ମିଟର ବିରୋଧ, ପେଟ୍ରୋଲ ପମ୍ପରେ ମାଗଣା ଏୟାର ଓ ଜନ ବହୁଳ ଭିତରେ ଭାରତ ଇଣ୍ଡାନ ଗ୍ୟାସ ଗୋଦାମ ବିପଦ, ଟେଲିକମ କମ୍ପାନି ନେଟୱର୍କ ସମସ୍ୟା,ନକଲି ସାର ଓ ମେଡିସିନ ବଜାର, ଆଜାମ ରୋଗୀକୁ ବୀମା ବାରଣ, ଓଜନ ମାପଜନିତ ବିଭିନ୍ନ ସମସ୍ୟା ଉପରେ ଖାଊଟି ସଭାରେ ଦାବୀ କରିଥିଲେ ଯାହାକୁ ସ୍ଥାନୀୟ ପ୍ରଶାସନ ସହାୟତରେ ମାସିକ ଗ୍ରାହକ ମାର୍ଗଦର୍ଶନ ଶିବିର ଅନୁଷ୍ଠିତ କରାଯାଇ ଉପୁଜୁଥିବା ଅଭିଯୋଗ ନିରାକରଣ କରାଯିବା ପାଇଁ ଏକ୍ସଆର୍ମି ସଂଘ ସଭାପତି ଏମ କେ ସ୍ଵାଇଁ ମତ ରଖିଥିଲେ ଓ ସଭା ଶେଷରେ ଗ୍ରାହକ ପଞ୍ଚାୟତ ସଭାପତି ତ୍ରିନାଥ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।