ସୋରଡ଼ା ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ଆଠବର୍ଷ ପରେ ସବରେଜିଷ୍ଟର ଙ୍କ ଦାୟିତ୍ଵ ଗ୍ରହଣ

ସୋରଡ଼ା ୨୪/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ସୋରଡ଼ା ସବରେଜିଷ୍ଟ୍ରି କାର୍ଯ୍ୟାଳୟ ରେ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସବରେଜିଷ୍ଟର ବିଜୟ କୁମାର ମହାନ୍ତି ବୟସ ୩୫ ।ବିଜୟ ଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ତେବେ ପୂର୍ବରୁ ସୋରଡ଼ା ସବରେଜିଷ୍ଟର ଦାୟିତ୍ବ ରେ ଥିବା ସଂଗ୍ରାମ କେଶରୀ ଜେନା ଙ୍କ ।୦୮/୦୫/୨୦୧୮ ରେ ବଦଳି ହେବା ପରେ ସାତବର୍ଷ ରୁ ଉର୍ଦ୍ଧ ସମୟ ହେବ ସୋରଡ଼ା ସବରେଜିଷ୍ଟ୍ରି କାର୍ଯ୍ୟାଳୟ ରେ କେହି ସବରେଜିଷ୍ଟର ର ଆସିନଥିଲେ। ତେବେ ବିଜୟ କୁମାର ମହାନ୍ତି ଙ୍କ ଏହା ପ୍ରଥମ ପୋଷ୍ଟିଙ୍ଗ ହୋଇଥିବା ବେଳେ ସେ ସବୁ ବେଳେ ଲୋକଙ୍କ ପାଇଁ କାମ କରିବି ବୋଲି ସେ କହିଛନ୍ତି । ଓ ସବରେଜିଷ୍ଟ୍ରି ର କର୍ମଚାରୀ ମନେ ସ୍ବାଗତ କରିଛନ୍ତି।