
ଭଂଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଇଲାକାରେ ଆଜି ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ଏନେଇ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ଖୁରୁଡୁଗୋଛା ନିକଟ ଜଙ୍ଗଲ ଭିତରେ ଏହି ଗୁଳିବିନିମୟରେ ଏକାଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ଏଥିରେ ସେଣ୍ଟ୍ରାଲ କମିଟି ମେମ୍ବର ଗଣେସ ନିପାତ୍ ହୋଇଥିବା ସୂଚନା ମିଳିଛି। ବର୍ତମାନ ମଧ୍ୟ ଜଙ୍ଗଲ ଭିତରେ ଅପରେସନ ଜାରି ରହିଛି। ଆଜି ସକାଳୁ ଗୁଳିବିନିମୟ ସମୟରେ ଗୁଳିଗୋଳା ଶବ୍ଦ ସ୍ଥାନୀୟ ଲୋକ ଶୁଣିଥିବା ପ୍ରକାଶ କରିଛନ୍ତି। ଏହି ଇଲାକାରେ ପୂର୍ବରୁ ମାଓ ଗତିବିଧି ଜାରି ରହିଥିବା ବେଳେ ସୀମାନ୍ତ ଇଲାକାରେ ଜଣେ ଠିକାଦାର କୁ ଧମକ ଚମକ ଦେଇଥିବା ମଧ୍ୟ ଖବର ରହିଥିଲା। ଏଥିସହ ପୂର୍ବରୁ ତାରସିଂ ଅଞ୍ଚଳର ଏକ ମେଡ଼ିସିନ ମାଗି ଥିବା ଶୁଣିବାକୁ ମିଳିଥିବା ବେଳେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ୨୦୨୭ ମାର୍ଚ୍ଚ ସୁଦ୍ଧା ମାଓ ମୁକ୍ତ ପାଇଁ କେନ୍ଦ୍ର ସରକାର ଅଭିଯାନ ଆରମ୍ଭ କରିଥିବା ବେଳେ ମାଓ ଦମନ ନୀତି ପାଇଁ ପୁଲିସ ଏସଓଜି ଯବାନଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ତେବେ ଓଡ଼ିଶାରେ ମାଓବାଦ ଗଣେଶ ର ମୁଣ୍ଡ ଉପରେ ସର୍ବାଧିକ ଏକ କୋଟି ଦଶଲକ୍ଷ ଟଙ୍କା ପୂରସ୍କାର ରାଶି ଥିବା ବେଳେ ଛତିଶଗଡ ରେ ଗଣେଶ ର ମୁଣ୍ଡ ଉପରେ ଥିଲା ଚାଳିଶ ଲକ୍ଷ ଟଙ୍କା। ଦୁଇଟି ଇନସାସ ରାଇଫଲ ଓ ଗୋଟିଏ ୩୦୩ ବନ୍ଧୁକ ଜବତ । ୪ ମାଓବାଦୀ ମଧ୍ୟରୁ ୨ପୁରୁଷ ଓ ଦୁଇ ମହିଳା । କନ୍ଧମାଳ ଗଞ୍ଜାମ ସୀମାନ୍ତ ରମ୍ଭା ଫରେଷ୍ଟ ଏରିଆ ରେ ଗୁଳିବିନିମୟ ହୋଇଛି । ରାଜେଶ ତିୱାରୀ ଓ ଚମରୁ ବୋଲି ବିଭିନ୍ନ ରାଜ୍ୟରେ ନାମ ବଦଳାଉଥିବ ଗଣେଶର ଗ୍ରାମ ତେଲେଙ୍ଗାନା ରାଜ୍ୟର ନାଲଗଣ୍ଡା ଜିଲର ପୂଲେମାଲା ଚନ୍ଦୁରୁ ମଣ୍ଡଳ ବୋଲି ଜଣା ପଡିଛି। ଆଉ ତିନୋଟି ମୃତଦେହ ର ଚି଼ହ୍ନଟ ହୋଇ ନାହିଁ ।ତଦନ୍ତ ଜାରି ରହିଁଛି ଓ ପୋଲିସ ର ଏହା ଏକ ବଡ଼ ସଫଳତା ବୋଲି କନ୍ଧମାଳ ଏସପି ଡ଼ ହରିଶ ବି ସି ପ୍ରକାଶ କରିଛନ୍ତି ।