
ବ୍ରହ୍ମପୁର ୨୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ସିଙ୍ଗାପୁରରେ ଚାକିରି କରିଦେବାକୁ ପ୍ରତିଶ୍ରୁତି ଦେଇ ଶହ ଶହ ଶିକ୍ଷିତ ଯୁବକ ଓ ଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ହିଲପାଟଣା ଅଞ୍ଚଳର ସୁବ୍ରତ ପାଳଙ୍କୁ ଗିରଫ କରିଛି ସଦର ଥାନା ପୁଲିସ। ସୁବ୍ରତ କିଛି ରାଜନୀତିକ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଯୋଗ ପ୍ରକାରେ ୫୦୦ ଯୁବକ ଓ ଯୁବତୀଙ୍କ ଠାରୁ ସୁବ୍ରତ ପାଳ ଟଙ୍କା ନେଇଥିଲେ କିନ୍ତୁ ଚାକିରି ଦେଇନଥିଲେ। ସୁବ୍ରତ ଯେଉଁ ନେତାଙ୍କ ଛତ୍ରଛାୟା ଅଛନ୍ତି ସେମାନଙ୍କ ଏଥିରେ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।