
ଭଞ୍ଜନଗର ୨୯/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଣାଶୁଣା ବ୍ୟବସାୟୀ ଅର୍ଣ୍ଣପୂର୍ଣ୍ଣା ଛାପାଖାନା ମାଲିକ ସଂଗ୍ରାମ କେଶରୀ ପଣ୍ଡା( ଟୁନା ) ଆଜି ରାତି ୨ଟାରେ ହୃଦଘାତରେ ପରଲୋକ ଗମନ କଲେ। ଭଞ୍ଜନଗର ଏକ ପ୍ରତିଷ୍ଠିତ ବ୍ୟବସାୟୀ ଛାପାଖାନା ମାଲିକ ଭାବରେ ସେ ସୁପରିଚିତ। ଏଥିପାଇଁ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।