ମୁଜାଗଡ଼ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ; ସାନକୋଦଣ୍ଡା କୁ ୫ ଉଇକେଟ ରେ ହରାଇ କବିସୂର୍ଯ୍ୟନଗର ଚମ୍ପିୟାନ

ଭଞ୍ଜନଗର ୩୦/୧୨ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ ବୋଇରାଣୀ ମଧ୍ୟରେ ହୋଇଥିଲା। ଏଥିରେ ବୋଇରାଣୀ ୫ ଉଇକେଟରେ ବିଜୟୀ ହୋଇଥିଲା। ସାନକୋଦଣ୍ଡା ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୧୬ ଓଭରରେ ସମସ୍ତ ଉଇକେଟ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା। ବୋଇରାଣୀ ଦ୍ୱିତୀୟ ବ୍ୟାଟିଂ କରି ୧୪ ଓଭର ୧ ବଲରେ ୫ ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା। ବୋଇରାଣୀର ପ୍ରଦୀପ ଶ୍ରେଷ୍ଠ ଖେଳାଳି ଓ ମିଟୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ।

ପୁରସ୍କାର ବିତରଣୀ ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏଥିସହ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ନାୟକ କହିଥିଲେ। କନ୍ଧମାଳ ଏମ ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ଭାଜପା ନେତା ଧୋବା ଗୌଡ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ରାଜା ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ଦୀପକ ସାହୁ ସ୍କୋରର ଦାୟିତ୍ୱରେ ଥିଲେ। ସୁମନ୍ତ ସାହୁ ଓ ପୂର୍ଣ୍ଣ ନାୟକ ଅମ୍ପାୟାରିଂ କରିଥିଲେ। ସ୍ବେଚ୍ଛାସେବୀ ଅଭୟ ପ୍ରଧାନ ସଭାକୁ ସଂଯୋଜନା କରିଥିଲେ।