ଅବହେଳିତ ଅବସ୍ଥାରେ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି

ଚୌଦ୍ୱାର ୩୧/୧୨ (ଶିବବ୍ରତ ଦାସ, ଓଡ଼ିଶା ଟୁଡେ):ମହାପୁରୁଷ ମାନଙ୍କୁ ଯୁବପିଢ଼ି ମନେ ରଖିବାପାଇଁ ତାଙ୍କ ନାମରେ ବଜାର, ଛକ, ପାର୍କ ଆଦି ନାମ କରଣ କରାଯାଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ବିଧାୟକ ଠୁ ସାସଂଦ ପର୍ଯ୍ୟନ୍ତ ଏହାକୁ ଉଦ୍ଧଘାଟନ କରୁଥିବାର ଦୁନ୍ଦୁଭି ପିଟୁଥିବାବେଳେ ଆଜି ଅବହେଳିତ ଅବସ୍ଥାରେ ପଡ଼ିରହିଛି ମହାତ୍ମା ମହାପୁରୁଷଙ୍କ ପ୍ରତିମୂର୍ତ୍ତି। ଏଭଳି ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ଅଞ୍ଚଳରେ । ଏହି ଅଞ୍ଚଳରେ ବିଭିନ୍ନ ଜାଗାରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରହିଅଛି ହେଲେ ଏବେ ଏହି ସବୁ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡ଼ିରହିଛି। କେଉଁଠି ଭଗ୍ନ ଅବସ୍ଥାରେ ରହିଅଛିତ କେଉଁଠି ପକ୍ଷୀ ମାନଙ୍କ ମଳ ତ୍ୟାଗରେ ଏହା ପ୍ରତି କାହାରବି ଟିକେ ନଜରି ନାହିଁ । କେବଳ ସ୍ୱାଧିନତା ଦିବସ ଏବଂ ଗଣତନ୍ତ୍ର ଦିବସରେ ନେତା କର୍ମୀ ଆସି ଏହି ପ୍ରତିମୂର୍ତ୍ତି ଉପରେ ଲୋକ ଦେଖାଣିଆ ମାଲ୍ୟା ଅର୍ପଣ କରି ଚାଲିଯାଇଥାନ୍ତି । ପରେ ସେଇ ଅବହେଳିତ ଅବସ୍ଥାରେ ପଡିରହିଥାଏ ଏହି ପ୍ରତିମୂର୍ତ୍ତି। ଏହାକୁ ନେଇ ଏବେ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପର ପକ୍ଷରେ ଏହି ପ୍ରତିମୂର୍ତ୍ତି କୁ ଲଗାଇ ଜବର ଦଖଲ କରି କିଛି ଦୋକାନୀ ଦୋକାନ ମେଲାଇ ବସିଛନ୍ତି। ଯାହା ଫଳରେ ପ୍ରତିମୂର୍ତ୍ତି ଲୁଚିଯାଉଛି ।ଦୋକାନ ପଛରେ ପ୍ରତିମୂର୍ତ୍ତି କଡ଼ରୁ ଦୋକାନ ଉଠାଇ ପ୍ରତିମୂର୍ତ୍ତିର ରକ୍ଷଣା ବେକ୍ଷଣା କରିବାକୁ ଦାବିକରିଛନ୍ତି ଅଞ୍ଚଳ ବାସୀ । ଅନ୍ୟ ପଟେ ପୌରପାଳିକା ଗାନ୍ଧୀ ଛକରେ ଥିବା ଗାନ୍ଧୀ ଙ୍କ ପ୍ରତିମୃତି କୌଣସି ସ୍ଥାନକୁ ସ୍ଥାନାସ୍ତର ନକରି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କଡରେ ଭେଣ୍ଡିଙ୍ଗ ଜୋନ ଖୋଲିବା ପାଇଁ କାର୍ଯ୍ୟ ଆରମ୍ଭ ହେଲାଣି ।ଏ ସଂକ୍ରାନ୍ତରେ ପୌର ଅଧକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଙ୍କୁ ପଚାରିବାରୁ ଏହି ପ୍ରତିମୂର୍ତ୍ତି କୁ ସ୍ଥାନାନ୍ତର କରାଯିବ, ଯଦି ସ୍ଥାନାନ୍ତର କଲାବେଳେ ମୂର୍ତ୍ତିର କୌଣସି କ୍ଷତି ହୁଏ ବିସର୍ଜନ କରାଯିବ କହିବା ସହିତ ପ୍ରତିମୂର୍ତ୍ତି କୁ ଯତ୍ନର ସହିତ ଗାନ୍ଧିଛକ ମାର୍କେଟ କମ୍ପ୍ଲେକ୍ସ ରେ ରଖିବାକୁ ଯୋଜନା ହେଇଚି , ଯାହା କିଛି ମାସରେ ସମ୍ପୂର୍ଣ କରାଯିବ ବୋଲି ମନ୍ତବ୍ୟ ଦେଇଥିଲେ । ଖାଲି ଦେଖିବାକୁ ରହିଲା କେବେ ପୌରପାଳିକାର ଦୃଷ୍ଟି ପଡୁଛି ଏହି ମହାପୁରୁଷଙ୍କ ଅବହେଳିତ ପ୍ରତିମୂର୍ତ୍ତି ଉପରେ ।