
ଚୌଦ୍ୱାର (ଶିବବ୍ରତ ଦାସ) କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ଠାରେ ହୋଇଥିବା ଡବଲ ମଡ଼ର ଘଟଣା ରେ ଆଜି ଟାଙ୍ଗୀ ଥାନା ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣା ପଡିଛି l ପ୍ରକାଶ ଯେ ଏହି ଡବଲ ମର୍ଡର ଘଟଣା ରେ ଗିରଫ ହୋଇଥିବା ଅଭିଯୁକ୍ତ ନେମାଳ ଗାଁ ର ଦିଲୀପ ନାୟକ, ଚୌଦ୍ୱାର ଓଟିଏମ କଲୋନୀ ଅଂଚଳ ର ଜ୍ଞାନ ରଞ୍ଜନ ମହାନ୍ତି, ମୟୁରଭଞ୍ଜ ଜିଲ୍ଲା ର ଖୁଣ୍ଟ ଥାନା ଅନ୍ତର୍ଗତ. ବଉଳ ସିଂ ବୋଲି ଜଣା ପଡିଛି l ଅନ୍ୟ ପକ୍ଷ ରେ ଏହି ଘଟଣା ରେ ସ୍ଥାନୀୟ ବାସିନ୍ଦା ମାନେ ପ୍ରାଥମିକ ତଦନ୍ତ ରେ ସନ୍ତୁଷ୍ଟ ନ ହୋଇ ନ୍ୟାୟ ପାଇଁ ଥାନା ଭିତରେ ଧସେଇ ପଶିଥିବା ସହିତ ଏସ ଡ଼ି ପି ଓ ଉମାକାନ୍ତ ନାୟକ ଙ୍କ ସହ ଯୁକ୍ତି ତର୍କ କରିଥିବାର ଜଣା ପଡିଛି l ଏ ସଂକ୍ରାନ୍ତରେ ସ୍ଥାନୀୟ ବାସିନ୍ଦା ମାନେ ଘଟଣା ରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ସେମାନଂକୁ ଫାଶୀ ଦଣ୍ଡ ଦେବା ପାଇଁ ଏସ.ଡ଼ି.ପି.ଓ ଙ୍କୁ ଦାବୀ କରିଥିଲେ l ପ୍ରାଥମିକ ତଦନ୍ତ ରୁ ଘଟଣା ସ୍ଥଳରୁ ଗୋଟିଏ ଲାଠି,ଲୁହା ଛଡ଼, ନାଲି ରଙ୍ଗ ର ହୋଣ୍ଡା ସ୍କୁଟି ଓ ଦୁଇଟି ଫୋନ ଜବତ କରାଯାଇଛି ବୋଲି ଏସ.ଡ଼ି.ପି.ଓ ମତ ପ୍ରକାଶ କରିଛନ୍ତି l ଅନ୍ୟ ପକ୍ଷ ରେ ମୃତକ ର ପରିଜନ ଓ ତାଙ୍କ ମା ପ୍ରଶାସନ ନିକଟରୁ ନ୍ୟାୟ ନ ମିଳିଲେ ଓ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ ସହ ଫାଶୀ ଦଣ୍ଡ ନମିଳିଲେ ଟାଙ୍ଗୀ ଥାନା ସମ୍ମୁଖରେ ଆତ୍ମହୂତି ଦେବେ ବୋଲି ଚେତାବନୀ ଦେବା ସହିତ ଥାନା ସଠିକ ଭାବେ ତଦନ୍ତ କରୁନାହିଁ ବୋଲି ମତ ପ୍ରକାଶ କରିଛନ୍ତି l