ଶ୍ରୀ ଶ୍ରୀ ଶ୍ରୀ ରାମଚରିତ ମାନସ ପାରାୟଣ, ପ୍ରବଚନ ଓ ଯଜ୍ଞ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭଞ୍ଜନଗର: ୦୨/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଭଂଜନଗର ସହର ରେ ଅବସ୍ଥିତ ଏଲ୍.ଆଇ ସି କଲୋନୀ ଠାରେ ଶ୍ରୀ ଶ୍ରୀ ଶ୍ରୀ ରାମଚରିତ ମାନସ ପାରାୟଣ, ପ୍ରବଚନ ଓ ଯଜ୍ଞ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୫/୦୧/୨୦୨୬(ରବିବାର) ଠାରୁ ଆରମ୍ଭ ହୋଇ ୦୨/୦୨/୨୦୨୬ ରିଖ ଯାଏଁ ୯ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ୧୨/୦୧/୨୦୨୬ ରିଖ ଦିନ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହେବ। ଏହା ସହିତ ୨୭/୦୧/୨୦୨୬ ରିଖ ଦିନ ମଙ୍ଗଳବାର ଦିନ ସୀତା ରାମ ଙ୍କ ବିବାହ ଉତ୍ସବ ବହୁ ଆଡମ୍ବର ରେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।