ସୋରଡ଼ା ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୋରଡ଼ା ୦୭/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଗୋପାଳପୁରଶାସନ ପଞ୍ଚାୟତ ଅଧୀନ ରତ୍ନପୁର ଗ୍ରାମର ଦୁଇଟି ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ଙ୍କ କରକମଳ ରେ ଅନୁଷ୍ଠିତ ହୋଇଛି ।ତେବେ ରତ୍ନପୁର ଗ୍ରାମର ଭାରତୀୟ ଜନତା ପାର୍ଟିର ଯୁବନେତା ଜାନକୀବଲ୍ଲଭ ବେବର୍ତ୍ତା ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ବିରାଟ ଶୋଭାଯାତ୍ରା ସହ ବିଧାୟକ ଙ୍କୁ ସ୍ଵାଗତ କରି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ର ଉଦଘାଟନ କରିଥିଲେ ବିଧାୟକ ଓ ସେହିପରି ଧାନ ସଂଗ୍ରହ କେନ୍ଦ୍ର ର ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । କର୍ମୀ ଙ୍କ ଠାରୁ ଖବର ପାଇଁ ରତ୍ନପୁର ଗ୍ରାମରେ ଥିବା ଗୋଟିଏ ଅସହାୟ ପରିବାର ଭେଟିଛନ୍ତି ବିଧାୟକ।ଗ୍ରାମର ଅଭିଗୌଡ ଙ୍କ ପୁଅ ଶିବ ଗୌଡ (୨୭) ପାଖାପାଖି ଏକ ବର୍ଷ ରୁ ଉର୍ଦ୍ଧ ହେବେ ଅଙ୍ଗ ଅପ୍ରଚକଜନିତ ରୋଗର ପୀଡ଼ିତ ହୋଇଛନ୍ତି ଓ ପରିବାର କୁ ଚଳାଉଛନ୍ତି ୬୨ ବର୍ଷିୟ ବୃଦ୍ଧ ଅଭିଗୌଡ । ବିଧାୟକ ସେହି ପରିବାକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ରାଶି ଦଶ ହଜାର ଟଙ୍କା ଦେବା ସହ ଚିକିତ୍ସା କରାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତବେ ଠିକାଦାର ଙ୍କ ସହ ବିଭାଗ ର କର୍ମଚାରୀ ସ୍ଥାନୀୟ ସରପଞ୍ଚ ଓ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।