ତାର ସିଂ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

ଭଞ୍ଜନଗର, ୦୭/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହେଉଛି।ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ପକ୍ଷରୁ ଆଜି ଭଞ୍ଜନଗର ଠାରୁ ଦଶପଲ୍ଲା ୩୭ନଂ ରାଜ୍ୟ ରାଜପଥରେ ସଡ଼କ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦ୍ରୁତ ଗତି ମହା ବିପତ୍ତି, ମଦ୍ୟପାନ କରି ଗାଡ଼ି ନ ଚଲେଇବା ଓ ଗାଡି ଚଲେଇବା ସମୟରେ ହେଲମେଟ୍ ବ୍ୟବହାର କରିବା ସମ୍ପର୍କରେ ବାଇକ ଚାଳକମାନଙ୍କୁ ସଚେତନ କରାଯାଇଥିଲା।ଏଥିସହ ୨୦ଜଣ ବାଇକ ଚାଳକଙ୍କୁ ହେଲମେଟ୍ ବଣ୍ଟନ କରାଯାଇଥିଲା।ତାରସିଂ ଥାନାଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ,ଏସ ଆଈ ସୌମ୍ୟକାନ୍ତ ଖଟୁଆ, ସତୀଶ କୁମାର ସାହୁ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଏହି ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ରହି ଏହି ଅଭିଯାନରେ ଏଲ ଏଣ୍ଡ ଟି କମ୍ପାନୀ ସହଯୋଗ କରିଥିଲା।