
ବେଲଗୁଣ୍ଠା ୦୮/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ ଥାନା ଆମ ପୋଲିସ ତରଫରୁ ରାତ୍ରୀ କାଳୀନ ଭାରିଯାନ ଚାଳକ ମାନଙ୍କ ପାଇଁ ଚାୟ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ବୁଧୁବାର ଦିନ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ଼ ଓ ମେଇନ ରୋଡ଼ ଅଞ୍ଚଳର ଯାତାୟାତ କରୁଥିବା ବିଭିନ୍ନ ରାତ୍ରିକାଳୀନ ଯାନବାହନ ତଥା ବିଶେଷ କରି ଟ୍ରକ ଗୁଡ଼ିକୁ ଅଟକାଇ ଡ୍ରାଇଭର ମାନଙ୍କୁ ଗରମ ଚାହା ପ୍ରଦାନ କରିବା ସହ ରାତ୍ରୀ କାଳୀନ ଗାଡ଼ି ଚାଳକ ମାନେ ଆବଶ୍ୟକ ସୁରକ୍ଷା ନିୟମ ମାନି ଗାଡ଼ି ଚାଳନା କରିବା ପାଇଁ ବିଭିନ୍ନ ଆବଶ୍ୟକୀୟ ସଚେତନତା ମୂଳକ ପରାମର୍ଶ ପ୍ରଦାନ କରିଥିଲେ । ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚାଳନା କଲେ ସେମାନଙ୍କ ଜୀବନ ସୁରକ୍ଷା ହେବା ସହ ଅନେକ ଦୁର୍ଘଟଣାରୁ ବର୍ତ୍ତି ପାରିବେ ବୋଲି ପୋଲିସ ତରଫରୁ କୁହାଯାଇଥିଲା ।