ବଡ଼ଗଡ଼ ଥାନାରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ

ସୋରଡ଼ା ୦୮/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନାରେ ନୂତନ ଥାନାଧିକାରୀ ରୂପେ ବିମଳ କହଁର ଗତକାଲି ବୁଧବାର ଦିନ ସକାଳୁ ଯୋଗ ଦେଇଛନ୍ତି। ପୂର୍ବରୁ ଏଠାରେ ଥାନାଧିକାରୀ ରୂପେ କାର୍ଯ୍ୟ କରୁଥିବା ଶୁଭ୍ରଜିତ ସାମନ୍ତରାୟ କନ୍ଧମାଳ ଜିଲ୍ଲାକୁ ବଦଳି ହେଇ ଯାଇଥିବା ଜଣାପଡିଛି। ଶ୍ରୀ କହଁର ପୂର୍ବରୁ ଗଞ୍ଜାମ ଜିଲ୍ଲା ପୋଲସରା ଥାନାରେ ଏସଆଈ ଭାବେ କାର୍ଯ୍ୟ କରୁଥିଲେ।ସେ ଜଣେ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଫିସର ଭାବେ ଗଞ୍ଜାମ ଜିଲ୍ଲା ରେ ବେଶ ପରିଚିତ। ବଡ଼ଗଡରେ ନୂତନ ଥାନାଧିକାରୀ ଭାବେ ଯୋଗଦେବା ପରେ ଶ୍ରୀ କହଁର ଆଇନ ଶୃଙ୍ଖଳା କାର୍ଯ୍ୟ, ଗୋଚାଲାଣ, ଗଞ୍ଜେଇ ମାଫିଆଙ୍କୁ ସଵାଡ଼ କରିବେ ବୋଲି କହିଛନ୍ତି।ଆଜି ବଡ଼ଗଡ଼ ଅଞ୍ଚଳର ବୁଦ୍ଧିଜୀବୀ, ଜନସାଧାରଣ ଥାନାକୁ ଯାଇ ଶ୍ରୀ କହଁରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ଜଣାପଡିଛି।