
ଭଞ୍ଜନଗର ୦୮/୦୧(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବାଲିପଦର ମହୋତ୍ସବ କମିଟି ତଥା ବାଲିପଦର ବଣିକସଂଘର ସଭାପତିଙ୍କ ମାତା ବାଲିପଦର ହାଇସ୍କୁଲର ଶିକ୍ଷକ ସ୍ବର୍ଗତ ବଳରାମ ନାୟକଙ୍କ ଧର୍ମପତ୍ନୀ ଶଶିକଳା ନାୟକଙ୍କ ୮୨ ବର୍ଷ ବୟସରେ ଆଜି ସକାଳ ୮ଘଣ୍ଟ ବେଳେ ଇହଲୀଳା ସମ୍ବରଣ କରିଛନ୍ତି। ସ୍ବର୍ଗତ ଶଶିକଳା ଜଣେ ମେଳାପି, ଭଦ୍ର ଓ ଧର୍ମପ୍ରାଣ ମହିଳା ଥିଲେ। ତାଙ୍କର ଆକସ୍ମିକ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମ୍ରୁ୍ତ୍ୟୁ ବେଳକୁ ପୁଅ ଇଂ. ଲକ୍ଷ୍ମୀ ପ୍ରସାଦ, ବୋହୁ ସଂଘମିତ୍ରା, ଝିଅ-ରତ୍ନମଞ୍ଜରୀ, ବାପି, ମମତା, ନାତି ଆଜାଦ୍, ମୋହନ ସମେତ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ଶବ ଶୋଭାଯାତ୍ରାରେ ବାଲିପଦର ସମେତ ଅଞ୍ଚଳର ବହୁ ଗଣ୍ଯ ମାନ୍ୟ ବ୍ଯକ୍ତି ଉପସ୍ଥିତ ଥିଲେ।ବରିଷ୍ଠ ପୋଲିସ୍ ଅଧିକାରୀ ଭଗବାନ ପୂଜାରୀ, ଆସ୍କାରୁ ସମାଜ ସେବୀ ସୂର୍ଯ୍ୟ ପରିଡା, ଗୌରୀ ନାୟକ, ନାଗା ବିଷୋୟୀ,ଦିଲ୍ଲିତ ସ୍ବାଇଁ,କାମେଶ୍ବର ବେହରା,ମନୋଜ ମହାନ୍ତି,ବାଲିପଦର ବଣିକସଂଘ ପକ୍ଷରୁ ଜି. ସଞ୍ଜିବ କୁମାର ପାତ୍ର, ଜି.ମନୋଜ କୁମାର ପାତ୍ର, ରାଜେନ୍ଦ୍ର ମହାରଣା, ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଇଂ. ବିପ୍ର ଚରଣ ପାତ୍ର, ଦ୍ୟୁତିକୃଷ୍ଣ ବିଶ୍ବାଳ, ପଦ୍ମଲୋଚନ ଗୌଡ଼, ଘୁମୁସରର ସ୍ବରର ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର, ଖଲିପରିଡା, ଏବଂ ପୁର୍ଣ୍ଣ ଚନ୍ଦ୍ର ଜେନା, କୈଳାସ ଚନ୍ଦ୍ର ପ୍ରଧାନ, ଅଭୟ ପାତ୍ର, ଦେବେନ୍ଦ୍ର ପାତ୍ର, ରାଘବ ପାତ୍ର, ଲକ୍ଷ୍ମଣ ପଲାଇ, ଧନୁର୍ଜୟ ଜେନା, ଅଧ୍ୟାପକ କୈଳାସ ଚନ୍ଦ୍ର ସେନାପତି, ଧର୍ମ ପାତ୍ର, କାହ୍ନୁ ଆଚାରୀ,ବିଶିକେଶନ ସ୍ବାଇଁ, ପ୍ରସାନ୍ତ କୁମାର ପ୍ରଧାନ, ରାମଚନ୍ଦ୍ର ବିଷୋୟୀ ପ୍ରମୁଖ ଯୋଗଦେଇ ଅନ୍ତିମ ସଂସ୍କାରରେ ଯୋଗଦେଇ ଥିଲେ ।