ଭଞ୍ଜନଗର: ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

ଭଞ୍ଜନଗର ୧୦/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ବିଭିନ୍ନ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ବୁଲୁଥିବା ଜଣେ ଶିକାରୀ କୁ ଶନିବାର ତାରସିଂ ପୁଲିସ ଗିରଫ କରି କୋର୍ଟ କରିଛି।ଗିରଫ ଶିକାରୀ ଜଣକ ଖୁରୁଡୁଗୋଚ୍ଛା ଗ୍ରାମର ବିଶ୍ବନାଥ ବାଗ। ଏହା ସହ ତା ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ଥାନାଅଧିକାରିଣୀ ଶୁଭଲଷ୍ମୀ ପୂଜାରୀ ସୁଚନା ଦେଇଛନ୍ତି।

ସୁଚନାନୁସାରେ,ଶୁକ୍ରବାର ଏସଆଇ ମଧୁ ବାବୁ ତଳଜିବିକା, ଖୁରୁଡୁଗୋଚ୍ଛା ଓ କେପିଟି ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଜଣେ ବକ୍ତି ବେଆଇନ ବନ୍ଧୁକ ଧରି ବଲୁଥିବା ଦେଖି ପୁଲିସର ସନ୍ଦେହ ହୋଇଥିଲା। ପଚରା ଉଚରା ସମୟରେ ସ ବନ୍ୟ ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବୁଲୁଥିବା ଜଣାପଡିଥିଲା। ପରେ ପୁଲିସ ତା ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରିବା ସହ ଗିରଫ ବିଶ୍ବନାଥଙ୍କୁ କରି କୋର୍ଟ ଚାଲାଣ କରିଛି।