ଲାୟନ୍ସ କ୍ଲବ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଚୌଦ୍ଵାର(ଶିବବ୍ରତ ଦାସ) : ନିର୍ଗୁଣ୍ଡି ସ୍ଥିତ ସୁଇଟ ଲୋଜେଷ୍ଟିକ ପରିସରରେ କଟକ ଲାୟନସ୍ କ୍ଲବ ଆନୁକୁଲ୍ୟରେ ଏକ ମେଗା ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୁଇଟ ଲୋଜେଷ୍ଟିକର ସତ୍ଵାଧିକାରୀ ନରେଶ କୁମାର ଗନେରୱଆଲ, କମଲେସ କୁମାର ଗନରେୱଆଲଙ୍କ ତତ୍ବାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ସର୍ବ ମୋଟ ୬୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ସୁଇଟ ଲୋଜେଷ୍ଟିକ ର କର୍ମଚାରୀ ବୃନ୍ଦ ଏବଂ ଆଞ୍ଚଳିକ ବ୍ୟକ୍ତି ବିଶେଷ ମାନେ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଭିଳାଷ ଚନ୍ଦ୍ର ସାହୁ, ପ୍ରଦିପ କୁମାର ସାହୁ, ପ୍ରମୋଦ ନାୟକ, ଵିଭୁ ଦତ୍ତ ସାହୁ, ରଜନିସ ଦିକ୍ଷିତ, ସନ୍ଦିପ ଅଗ୍ରୱାଲ, ଇସମାଲ ଖାନ୍, ନାରାୟଣ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ଏଥିସହିତ ଲାୟନସ୍ କ୍ଲବ ସଭାପତି ଦିପକ ଅଗ୍ରୱାଲ, ସମ୍ପାଦକ ସଞ୍ଜୟ ଅଗ୍ରୱାଲ, ଚେୟାରମେନ ନିରୋଜ ଵାଜୋରିଆ , ସନ୍ନ୍ୟାସୀ ସାହୁ, ମନିଷ ଅଗ୍ରୱାଲ, ଶସାଙ୍କ ପଟୋଦିଆ, ସୁରେଶ ପୋଗଲା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।