ବିଦ୍ୟାଳୟରେ ଆଧ୍ୟାତ୍ମିକ ଚେତନା କାର୍ଯ୍ୟକ୍ରମ

ଚୌଦ୍ଵାର(ଶିବବ୍ରତ ଦାସ) : ଚୌଦ୍ଵାର ଆଗ୍ରାହାଟ ପଞ୍ଚାୟତ ସ୍ଥିତ ଯାଜଭୈରବ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ଚେତନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ଦେହୁରୀଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସହଦେବ ବରାଳ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଅଧ୍ୟୟନ ସହିତ ଆଧ୍ୟାତ୍ମିକ ଚେତନାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସିଆରସିସି ଶିବାନନ୍ଦ ମଲ୍ଲିକ,ଦୀପକ ସାହୁ,ଶ୍ରୀବତ୍ସ ମିଶ୍ର, କରୁଣାକର ବେହେରା,ମଧୁସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।