
ସୋରଡ଼ା ୧୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆସ୍କା ଏସ ଡ଼ି ପି ଓ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବଡଗଡ ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗଦେଇଥିବା ବିମଳ କହଁର ଙ୍କ ସହ ମାଜିଷ୍ଟ୍ରେଟ ଭାବେ ସୋରଡ଼ା ତହସିଲଦାର ତନ୍ମୟ ପାତ୍ରଙ୍କ ଉପସ୍ଥିତିରେ ଦୁଇ ପ୍ଲାଟୁନ ପୋଲିସ ଓ ସୋରଡ଼ା ଅବକାରୀ ବିଭାଗ, ବଡ଼ଗଡ଼ ବନବିଭାଗର ମିଳିତ ଏକ ଟିମ୍ ଗଠନ କରାଯାଇ ବଡଗଡ ଥାନା ବଳରାମପୁର ପଞ୍ଚାୟତ ଆଳିଗୁଡା ଅଞ୍ଚଳ ଓ ଗୌଡ଼ ଗୋଠ ପଞ୍ଚାୟତ ଡାଲଖାଇ ନିକଟ ଜଙ୍ଗଲଠାରେ ପାଞ୍ଚ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯିବା ସହ ଗଛ ଗୁଡିକ କାଟି ସଫା କରାଯାଇଛି l ଯାହାର ଆନୁମାନିକ ମୂଲ୍ୟ ପଚାଷ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଥାନାଧିକାରୀ । ଏହି ଗାଁ ନିକଟ ପାହାଡ଼ ଉପରେ ଚାଲିଥିଲା ଗଞ୍ଜେଇ ଚାଷ ଏକର ଏକର ଜମିରେ ଗଞ୍ଜେଇ ଚାଷ କରୁଥିଲେ ମାଫିଆ ମାନେ ଏବଂ ଏହିଠାରୁ ବିଭିନ୍ନ ସ୍ଥାନକୁ ରପ୍ତାନୀ ହେବାର ନଜିର ମଧ୍ୟ ରହିଛି lଏଣୁ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଆଉ ବିଭିନ୍ନ ବିଭାଗର ମିଳିତ ସହାୟତାରେ ମାଫିଆ ମାନଙ୍କ ଆଜି ମାତ୍ ଦେଇଛନ୍ତି।ଏହି ଥାନାଧିକାରୀଙ୍କ ଯୋଗ ଦେବାର କିଛି ଦିନ ପରେ ଏହିପରି ପଦକ୍ଷେପକୁ ଦେଖି ଏହି ଅଞ୍ଚଳର କାଠ ,ଗଞ୍ଜା,ଜଙ୍ଗଲ ଭଳି ମାଫିଆଙ୍କ ଆଡ୍ଡା ସ୍ଥଳ ହୋଇଥିବା ବେଳେ ସେମାନଙ୍କ ନିଦ ହଜିଯାଇଥିବା ଚର୍ଚ୍ଚା ହେଉଛି।ଏବଂ ଆଗକୁ ଆହୁରି ଜୋରଦାର ହେବ ବୋଲି ମଧ୍ୟ ପ୍ରଶାସନ କହିଛି।