ଓଡିଶା ବନ ଉନ୍ନୟନ ନିଗମର ଆଉଟ ସୋରସିଙ୍ଗ ଆଳରେ ପୁନଃ ନିଯୁକ୍ତିକୁ ବଞ୍ଚାଇ ରଖିବା ପାଇଁ ନିଗମ କର୍ତ୍ତୃପକ୍ଷଙ୍କୁ ମସୁଧା

ଭଞ୍ଜନଗର ୧୩/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡ଼ିଶା ବନ ଉନ୍ନୟନ ନିଗମରେ ଆଉଟ ସୋର୍ସିଂ ଆଳରେ ପୁନଃ ନିଯୁକ୍ତି ବଞ୍ଚେଇ ରଖିବା ପାଇଁ ନିଗମ କର୍ତ୍ତୃପକ୍ଷଙ୍କ ମସୁଧା ଚଳାଇଛନ୍ତି। ଦୀର୍ଘଦିନ ଧରି ବନ ଉନ୍ନୟନ ନିଗମରେ ପୁନଃ ନିଯୁକ୍ତି ଆଳରେ ପ୍ରାୟ ୨୦୦ ଶହ ଅବସରପ୍ରାପ୍ତ କର୍ମଚାରୀଙ୍କୁ ରଖାଯାଇଥିଲା । ଯାହା ଫଳରେ ନିଗମର ଆର୍ଥିକ କ୍ଷତି ହେବା ସଂଗେସଂଗେ ନିୟମିତ କର୍ମଚାରୀଙ୍କ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଥିଲା । ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ବିରୋଧ ଓ ପ୍ରଚେଷ୍ଟା ଫଳରେ ପରିଚାଳନା କର୍ତ୍ତୃପକ୍ଷ ଗତ ୩୧. ୧୨. ୨୦୨୫ ତାରିଖଠାରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ବନ୍ଦ କରିଦେଲେ। କିଛି ଅଫିସର୍‌ ଏବେବି ସେମାନଙ୍କର ସ୍ବାର୍ଥ ହାସଲ ପାଇଁ ଏହି ଧାରାକୁ ବଜାଇ ରଖିବା ପାଇଁ ଚେଷ୍ଟା କରିଛନ୍ତି I ଯାହାରି ଫଳରେ ସେମାନଙ୍କର କ୍ଷମତା ନଥାଇ ମଧ୍ୟ ସେମାନେ ପୁନଃ ନିଯୁକ୍ତି କରିବା ପାଇଁ ଆଦେଶ ଦେଉଛନ୍ତି। ବନ ଉନ୍ନୟନ ନିଗମର ଜଣେ ଅଧିକାରୀ ଇତିମଧ୍ୟରେ ତାଙ୍କର କ୍ଷମତା ନଥାଇ ମଧ୍ୟ ପୁନଃ ନିଯୁକ୍ତି ଦେଇଛନ୍ତି ।
ଏଥିସହ ନିୟମ ଅନୁଯାୟୀ ବେତନଠାରୁ ମଧ୍ୟ ଅଧିକା ପାରିଶ୍ରମିକ ଦେଇଛନ୍ତି। ସମଗ୍ର ଓଡ଼ିଶାରେ ପୁନଃ ନିଯୁକ୍ତି ନିଗମ ପାଇଁ ବନ୍ଦ କରାଯାଇଥିବା ବେଳେ କେଉଁ ସ୍ବାର୍ଥରେ ଗଞ୍ଜାମ ଜିଲାରେ ଆବଶ୍ୟକୀୟ କର୍ମଚାରୀ ଥାଇ ମଧ୍ୟ ପୁନଃ ନିଯୁକ୍ତି ଦିଆଯାଉଛି ତାହାକୁ ନେଇ ସଙ୍ଘ ପ୍ରଶ୍ନ ଉଠାଇଛି। ଏହି ନିଯୁକ୍ତିକୁ ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘ କେନ୍ଦ୍ରୀୟ କମିଟି ବିରୋଧ କରିବା ସଂଗେସଂଗେ ଉକ୍ତ ନିଯୁକ୍ତି ଆଦେଶକୁ ରଦ୍ଧ କରିବା ପାଇଁ ଦାବି କରାଯାଇଛି I ଉକ୍ତ ନିଯୁକ୍ତି ଆଦେଶ ରଦ୍ଧ ହେଲେ କର୍ମଚାରୀ ଓ ନିଗମ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ରହିପାରିବ । ଯଦି ନିଗମ କର୍ତ୍ତୃପକ୍ଷ ଏଥିରୁ ବିଚ୍ୟୁତ ହୁଅନ୍ତି ଏବଂ ଜୋର କରି ଆଉଟ ସୋର୍ସିଂ ଆଳରେ ପୁନଃ ନିଯୁକ୍ତି ଦିଅନ୍ତି ତେବେ ନିଗମର ସ୍ବାର୍ଥ ଦୃଷ୍ଟିରୁ ଏବଂ କର୍ମଚାରୀ ମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି କର୍ମଚାରୀ ସଂଘ ନିଜର ନାର୍ଯ୍ୟ ଦାବି ପାଇଁ ନିଗମର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ବାଧ୍ୟ ହେବ ବୋଲି ନେତା ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।