
ସୋରଡ଼ା, ୧୩/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଚାଲିଛି ଦେଶ ଦେଶ ମଧ୍ୟରେ ଯୁଦ୍ଧ।ଯୁଦ୍ଧ ପାଇଁ ଆସିପାରୁନି ରନ୍ଧନ ଗ୍ୟାସ ସହ ପ୍ରେଟୋଲ୍ ଓ ଡିଜେଲ।ତେବେ ବିଭିନ୍ନ ଜାଗାରେ ରନ୍ଧନ ଗ୍ୟାସ୍ ର ଅନଲାଇନ୍ ବୁକିଙ୍ଗ ହେଉନଥିବା ଦେଖିବାକୁ ମିଳୁଛି। ଯାହାରି ଫଳରେ ଲୋକ ବୋହୂ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳ ରେ । ଗ୍ୟାସ ର ଅଭାବ ରହିଥିବାରୁ କିଛି ହୋଟେଲ ମଧ୍ୟ ବନ୍ଦ କରିଚନ୍ତି ଲୋକଙ୍କ ମନରେ ଭୟ ମଧ୍ୟ ଗୋଟେ ପ୍ରକାର ଜାତ ହୋଇଛି ।ତେବେ ଠିକ୍ ସେମିତି ସୋରଡ଼ା ସହର ରେ ରହିଛି ଚାରୋଟି ପ୍ରେଟୋଲ୍ ପମ୍ପ କିନ୍ତୁ ଆଜି ସକାଳୁ ଚୋରୋଟି ପମ୍ପ ତେଲ ନଥିବା କାରଣ ରୁ ବନ୍ଦ ରହିଥିବା ବେଳେ ବର୍ତ୍ତମାନ କିଛି ସମୟ ହେବେ ଦୁଇଟି ପ୍ରେଟୋଲ ପମ୍ପ ଖୋଲିଥିବାରୁ ଲୋକଙ୍କ ପ୍ରବଳଭିଡ଼ ଦେଖିବାକୁ ମିଳିଛି ।ତେଲ ରେଟ୍ ୧୦୫ ଟଙ୍କା ୬୦ ପଇସା ଥିବାବେଳେ ପ୍ରତେକ୍ ଗାଡ଼ିକୁ ୨ ଲିଟର ତେଲ ଦେଉଛନ୍ତି ପମ୍ପ କର୍ମଚାରି।ତେବେ ଏ ସବୁକୁ ଦେଖି ଲୋକଙ୍କ ମଧ୍ୟରେ ଗୋଟେପ୍ରକାର ଭୟ ଦେଖିବାକୁ ମିଳୁଥିବା ବେଳେ ।କିଛି ଅସାଧୁ ବ୍ୟକ୍ତି ଏହି ପ୍ରକାର ଗୁଜବ ସୃଷ୍ଟି କରି ଲୋକ ଙ୍କୁ ଭୟବିତ କରାଉଛନ୍ତି ।ତେବେ ଭୟ କରନ୍ତି ନାହିଁ ଖୁବ ଶୀଘ୍ର ଏହାର ସମାଧାନ ହେବ ଏଥି ପ୍ରତି ଓଡ଼ିଶା ସରକାର ଦାୟିତ୍ୱ ନେବେ ତେଣୁ ଭୟଭୀତ ନ ହେବା ସହ ମିଥ୍ୟା ଅପପ୍ରଚାର କରନ୍ତୁ ନାହିଁ ।