ଭାରସାମ୍ୟ ହରାଇ ପୋଖରୀ କୁ ଖସିଲା ଟ୍ରାଭେଲର, ଯାତ୍ରୀ ସୁରକ୍ଷିତ

ସୋରଡ଼ା ୧୩/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗଡ ଗାଁ ନିକଟ ରେ ଥିବା ପୋଖରୀ ଭିତରକୁ ଭାରସାମ୍ୟ ହରାଇ ବିଳମ୍ୱିତ ରାତିରେ ଖସିଲା ଟ୍ରାଭେଲର । ଯାତ୍ରୀମାନେ ସାମାନ୍ୟ ଆହାତ।ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ କୁ ୧୯ ଜଣ ଯାତ୍ରୀ ଙ୍କୁ ନେଇ ଫେରୁଥିବା ବେଳେ ବିଳମ୍ବିତ ରାତ୍ରି ପ୍ରାୟ ୨ ଟା ୨୦ ମିନିଟ୍ ସମୟରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିଯାଇଥିଲା ତେବେ ଟ୍ରାଭେଲର ରେ ରହିଥିଲେ ୧୯ ଜଣ ସେମାନଙ୍କ ମଧ୍ୟରୁ କିଛି ଜଣ ଆହତ ହୋଇଥିବା ସୂଚନା । ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠା ଯାଇଥିବା ସୂଚନା ରହିଛି । ହେଲେ ପୋଖରୀରେ ପାଣି କମ୍ ଥିବା ଯୋଗୁଁ ଟ୍ରାଭେଲର ଟି ପାଣିରେ ବୁଡ଼ି ନଥିଲା ଯାହା ଫଳରେ ଯାତ୍ରୀମାନେ ଅଳ୍ପକେ ବଞ୍ଚିଗଲେ ।