ପର୍ଯ୍ୟଟନ ସ୍ଥଳୀ କୁ ପ୍ଲାଷ୍ଟିକ ମୁକ୍ତ ଯୋଜନା ; ବନ ବିହାରରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର,୧୩/୦୧ -(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବନ ବିହାର ପରିସରରେ ମଙ୍ଗଳବାର ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ଯୋଜନା ଅଛି। ତେଣୁ ବନ ବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ସଫେଇ, ସଚେତନତା
କାର୍ଯ୍ୟକ୍ରମ ଚାଲିଛି। ତେଣୁ ଆଜି ବନ ବିଭାଗ ଏବଂ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଛାତ୍ରୀ ଛାତ୍ର ଏବଂ ବନ ବିଭାଗ କର୍ମଚାରୀ ମାନେ ମିଳିତ ଭାବେ ହାତରେ ପ୍ଲା କାର୍ଡ ଧରି ଶ୍ରୀରାମ ନଗର, ଛେଦାଭୂମି ରୋଡ, ଶ୍ରୀ ଅରବିନ୍ଦ ଶକ୍ତି ପୀଠ ଅଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ । ଏହାପରେ ବନ ବିହାର ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଏ ସି ଏଫ୍ ବିବେକ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ଶରୀର ଉପରେ ପଡ଼ୁଥିବା କୁ ପ୍ରଭାବ ଉପରେ କହିଥିଲେ। ମୂଜାଗଡ ରେଞ୍ଜର ବିମ୍ବାଧର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ବନପାଳ ଶରତ ମହାନ୍ତି ଧନ୍ୟବାଦ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବାବୁଲା ପ୍ରଧାନ, ଶାଖା ୨ ଅଧିକାରୀ ସସ୍ମିତା କୁମାରୀ ଦାସ, ଅଧ୍ୟାପକ ବୁଧିନାଥ ବରିହା,ଅଧ୍ୟାପିକା ମାମାଲି ନାୟକ, ମୀକି ନାୟକ, ବନପାଳ ବବୁଲ ସେଠୀ, ଅନୁପ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ପରାମର୍ଶକ୍ରମେ ସ୍ବେଚ୍ଛାସେବୀ ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଫଳରେ ଛାତ୍ରୀ ଛାତ୍ର ମାନେ ଅନେକ କିଛି ନୂତନ ଜ୍ଞାନ ଆହରଣ କରିପାରୁଛନ୍ତି।