ସୋରଡ଼ା ଅବକାରୀ ବିଭାଗ ତରଫରୁ ମଦ ପୋଚ ନଷ୍ଟ

ସୋରଡ଼ା ୧୪/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ଆସ୍କା ରେଞ୍ଜ ଅଧିକ୍ଷକ ବିବେକାନନ୍ଦ ପରେଇ, ସୋରଡ଼ା ଅବକାରୀ ଥାନାଧିକାରୀ ମହାଦୀପ ଶ୍ରୀ ମହାପ୍ରସାଦଙ୍କ ତତ୍ୱବଧାନ , ମିଥୁନ କୁମାର ବିଶ୍ବାଳ, ସୁଜିତ ସାହୁ, ଜୀବନ ଦାସ, ଜୋତି ରଞ୍ଜନ ସ୍ୱାଇଁ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବଡଗଡ଼ ଥାନାଧିକାରୀ ବିମଲ କଂହର,ଏ ଏସ ଆଇ ରାଜେନ୍ଦ୍ର ପ୍ରସାଦ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହଯୋଗରେ ରୁଗୁମୁ ଏବଂ ଖଜୁରୀ ଡିହ ଗ୍ରାମରେ ଅତର୍କିତ ଭାବେ ଚଢ଼ାଉକରି ଅବକାରୀ ବିଭାଗ ବିପୁଳ ପରିମାଣର ଦେଶୀମଦ ଓ ପୋଚ ଜବତ ସହିତ ପ୍ରସ୍ତୁତି ସାମଗ୍ରୀ କରି ନଷ୍ଟ କରାଯାଇଛି।ଏହି ଚଢ଼ାଉ କରାଯାଇ ୧୩୦ ଲିଟର ଦେଶୀ ରନ୍ଧାମଦ, ୪୫୦୦ ଲିଟର ମହୁଲ,୨୦୦ କିଲୋଗୁଡ଼ ପୋଚ ଓ ବିପୁଳ ପରିମାଣର ମଦ ତିଆରି ସାମଗ୍ରୀ ଜବତ କରିଥିବା ବେଳେ ଦୁଇ ଜଣ ମହିଳା ଓ ଦୁଇ ପୁରୁଷ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକା ତଦନ୍ତ ଚାଲିଥିବା କହିଛନ୍ତି ଅବକାରୀ ଅଧିକାରୀ।