ମକର ସଂକ୍ରାନ୍ତି କୁ ଅଲେଖ ମହିମା ଆଶ୍ରମ ରେ ପାଳନ କଲେ ବିଧାୟକ ନୀଳମଣି

ସୋରଡ଼ା ୧୫/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବୁଧବାର ମକର ସଂକାନ୍ତି ଅବସରରେ ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର ତେବେ ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଗୋଛା ପଞ୍ଚାୟତର ଉପାନ୍ତ ଅଂଚଳ ରଜନିଗନ୍ଧା ପର୍ବତ ନିକଟରେ ଥିବା ଅଲେଖ ମହିମା ଆଶ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ସ୍ଥାନୀୟ ଜନସାଧାରଣଙ୍କୁ ସାଙ୍ଗରେ ନେଇ ମକର ଉତ୍ସବ ପାଳନ କରିଛନ୍ତି ।ତେବେ ପାଞ୍ଚ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲିଚାଲି ଗୋଟିଏ ନଦୀ ପାର ହୋଇ ସେଠାରେ ପହଞ୍ଚିଥିଲେ ବିଧାୟକ ଓ ସ୍ଥାନୀୟ ଜନସାଧାରଣ, ସାଧୁସନ୍ଥ ଙ୍କ ସହ ମିଶି ପୂଜା ପାଠ କରିବା ସହ ପ୍ରସାଦ ସେବନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ୬୩ ନମ୍ବର ଜିଲ୍ଲାପରିଷଦ ସମରେନ୍ଦ୍ର କୁମାର ସାହୁ ଗୋଛା ସରପଞ୍ଚ ତ୍ରିଲୋଚନ ସାହୁ ,ପୂର୍ବତନ ସରପଂଚ ଶିବ ଦିଗାଲ, ଶରତ ଚନ୍ଦ୍ର ପାଣିଗ୍ରାହୀ, ଅନିଲ କୁମାର ପଟ୍ଟନାୟକ, ଦେବ ପ୍ରସାଦ ପଟ୍ଟନାୟକ, ଢୁଶାସନ ମଲ୍ଲିକ ରାଧା ମୋହନ ସ୍ୱାଇଁ, ଶ୍ୟାମ ପ୍ରଧାନ ଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତା ପ୍ରମୁଖ ଏହି ଉତ୍ସବ୍ ରେ ସାମିଲ ହୋଇ ଥିଲେ ।ତେବେ ବିଧାୟକ ଙ୍କ ଏହିପରି ମହତ କାର୍ଯ୍ୟକୁ ଅଞ୍ଚଳ ବାସି ବେଶ୍ ପ୍ରଶଂସା କରିଛନ୍ତି।