
ଜଗନ୍ନାଥ ପ୍ରସାଦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗାଁ ରେ ଭଡାକୁ ରହି ଲୋକଙ୍କ ସହ ଭଲ ସମ୍ବନ୍ଧ ବନାଇ ବିଶ୍ୱାସ ଭାଜନ ହେବା ପରେ ମହିଳା ମାନଙ୍କ ଠାରୁ କରଜ ଆକାରରେ ଟଙ୍କା ଓ ବିଭିନ୍ନ ଆଳ ଦେଖାଇ ସୁନା ଅଳଙ୍କାର ଧରି ରାତାରାତି ଛୁ ମାରିଛନ୍ତି ଜଣେ ମହିଳା ।
ଗଂଜାମ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଗଣ୍ଡାଧାର ଗାଁ ନିକଟ ହରିଶରଣପୁର ଗାଁ ରେ ଜଣେ ମହିଳା ଆସ୍କା ନିକଟ ବାଟିଲିକଣା ଗାଁ ର ମହିଳା ବୁଲି ସାହୁ ତାଙ୍କ ସ୍ୱାମୀଙ୍କ ସହ ଆସି କିଛିବର୍ଷ ହେଲା ଭଡା ଘରେ ରହୁଥିଲେ । ସ୍ୱାମୀ ଜଣେ ଡ୍ରାଇଭର ଭାବେ ପକ୍ଷୀରାଜ ଗାଡି ରେ ଥିଲେ । ଗାଁ ମହିଳାଙ୍କ ସହ ଭଲ କଥାଭାଷା କରି ବିଶ୍ୱାସ ଭାଜନ ହୋଇଥିଲେ । ମହିଳାଙ୍କ ଦ୍ୱାରା ବିଭିନ୍ନ ଗ୍ରୁପ ରୁ ଲୋନ ଅଣାଇ ସେ ଶୁଝିବେ ଚୁକ୍ତି କରି କିଛି ଥର ସୁଝିଥିଲେ ପରେ ପ୍ରାୟ ଆଠ ଜଣ ମହିଳାଙ୍କ ଠାରୁ ୩ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଓ ଅନେକ ସୁନା ଅଳଙ୍କାର ନେଇ ରାତାରାତି ଗାଁ ଛାଡି ଚାଲିଯାଇଛନ୍ତି ମହିଳା । ମହିଳା ଜଣକ ପ୍ରଥମେ ଫୋନ ଯୋଗାଯୋଗ କଲେ ବିଭିନ୍ନ ସମସ୍ୟା ଦେଖାଇ ପରେ ଦେଇଦେବି କହୁଥିଲେ । ଗତ ସାତ ଆଠ ମାସ ହେଲା କାହାକୁ ମଧ୍ୟ ଆଉ ଟଙ୍କା ଦେବାକଥା ନାଁ ଧରୁନାହାନ୍ତି । ଯାହାଫଳରେ ଆସ୍କା ଅଞ୍ଚଳର ଏହି ମହିଳା ଜଣକ ଠକିଥିବା ସୁନିଶ୍ଚିତ ହେବା ପରେ ଓ ମହିଳା ମାନେ କଥାବାର୍ତା ହେବା ପରେ ଅନେକ ମହିଳା ଙ୍କୁ ସେହି ମହିଳା ବୁଲି ସାହୁ ଠକିଥିବା ଜାଣିବା ପରେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି । ସେହି ମହିଳା ଙ୍କୁ ଡକାଇ ପୋଲିସ ପଚାରି ସବୁ ବୁଝିଥିଲା, ମହିଳା ଟଙ୍କା ଫେରାଇବା ପାଇଁ ସମ୍ମତି ପ୍ରକାଶ କରିଥିଲେ ସମୟ ମାଗିଥିଲେ । ହେଲେ ସମୟ ଗଡ଼ିବା ପରେ ମଧ୍ୟ ଟଙ୍କା ଫେରାଇବା ନାଁ ଧରୁନଥିବା ପୁଣି ମହିଳା ମାନେ ଅଭିଯୋଗ କରିଛନ୍ତି । ଜଗନାଥପ୍ରସାଦ ପୋଲିସ ମଧ୍ୟ ଘଟଣା ଉପରେ ନଜର ଦେଉନଥିବା ଅଭିଯୋଗ ହୋଇଛି । ମହିଳା ମାନେ ପରିବାର ଠାରୁ ଗାଳି ଗୁଲଜ ସହି ମାନସିକ ଚାପ ରେ ରହୁଥିବା ପ୍ରକାଶ କରିଛନ୍ତି।ହରିଶରଣପୁର ଗାଁ ରେ ଗୀତାଞ୍ଜଳି ପ୍ରଧାନ ଙ୍କ ଘରେ ଭଡା ରହୁଥିବା ଏହି ଠକ ମହିଳା ତିନି ବର୍ଷର ଭଡା ବାବଦକୁ ଟଙ୍କା ଦେଇନଥିଲା କିମ୍ବା ଘର ଚାବି ଫେରାଇନଥିଲା । ନଅ ମାସ ଅପେକ୍ଷା ପରେ ସେ ଘର ତାଲା ଭାଙ୍ଗି ଖୋଲିଥିଲେ । ହେଲେ ଘର ଖାଲି କରି ଦେଖିଲେ ମହିଳା ଜଣଙ୍କ ସବୁ ଜିନିଷ ନେଇଯାଇଛି । ପ୍ରଶାସନ ଏଥିପ୍ରତି ନଜର ଦେବାକୁ ମହିଳା ମାନେ ଦାବି କରିଛନ୍ତି ।