
ଆସିକା :-୧୪/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ପକ୍ଷରୁ ବାଲିସିରା ହରିଜନ ସାହିରେ ଚାଲିଥିବା ଚୋରା ମଦ ରନ୍ଧନ ଉପରେ ଚଢ଼ାଉ କରିଥିଲେ l ସେଠାରୁ ୧୦୦ ଲିଟର ଦେଶୀ ମଦ ଜବତ ସହ ୭୫୦ ଲିଟର ପୋଚ ନଷ୍ଟ କରିଛି ଆସିକା ପୋଲିସ l ଏହି ବେଆଇନ ଚୋରା ମଦ ପ୍ରସ୍ତୁତି ବେଳେ ୦୫ ଜଣ ଙ୍କୁ ଗିରଫ ମଧ୍ୟ ଗିରଫ କରାଯାଇଛି l ସେମାନେ ହେଲେ ବାଲିସିରା ଗ୍ରାମର ବାବୁଲା ନାୟକ (୪୦), ପୃଥିବୀ ନାୟକ (୬୦), କାମେଶ୍ୱେର ନାୟକ (୫୫), ପିଣ୍ଟୁ ଭୋଳ (୨୩), ମୁନି ନାୟକ (୪୩) l ଏହି ଚୋରା ମଦ ପ୍ରସ୍ତୁତି ବେଳେ ୨୫ କେଜି ୟୁରିଆ, ୨୦ କେଜି ଗୁଡ଼, ଏବଂ ଅନୁସାଙ୍ଗିକ ରନ୍ଧା ସାମଗ୍ରୀ, କୁ ଜବତ କରାଯାଇଛି l ଆସ୍କା ଥାନା କେସ ନମ୍ବର ୧୭/୨୬ ରେ ଏକ ମାମଲା ରୁଜୁ କରାଯାଇଛି l ଏହି ଟିମ ରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ସୋମ୍ୟ ଇଞ୍ଜନ ଜେନା, ଏସ ଆଇ ହିମାଂଶୁ କୁମାର ପାତ୍ର, ଏସ ଆଇ ଅଲିଶା ଜେନା, ସମେତ ଏକ ପୋଲିସ ଟିମ ଚଢ଼ାଉ କରିଥିଲେ l