ଡକାୟତି ଯୋଜନା ପଣ୍ଡ : ଦେଶୀ ବନ୍ଧୁକ ସହ ଦୁଇ ଗିରଫ  

ଆସିକା ୧୫/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆସିକା ଥାନା କାଳଷଣ୍ଢପୁର ଅଞ୍ଚଳରେ ଏକ ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି ଆସିକା ଥାନା ପୋଲିସ l ଘଟଣାରେ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହ ତିନିଟି ଜୀବନ୍ତ ଗୁଳି , ଦୁଇଟି ସ୍ପେୟାର ମାଗାଜିନ ଦୁଇଟି ମୋବାଇଲ ଫୋନ୍ ଜବତ ହୋଇଛି l ସୂଚନା ଅନୁସାରେ ଗତ କାଲି ରାତିରେ ପୋଲିସ ପେଟ୍ରୋଲିଂ ସମୟରେ ଆସିକା କାଳଷଣ୍ଢ ପୁର ଠାରେ ଡକାୟତି ଉଦ୍ୟମ କରାଯାଉ ଥିବାର ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଚଢ଼ାଉ କରିବା ସହ କୌଶଳ କ୍ରମେ ଦୁଇ ଅଭିଯୁକ୍ତ ବଳରାମ ରେଡ୍ଡୀ ଓ ବିଭୁଦତ ଜେନା କୁ ଧରିବାରେ ପୋଲିସ ସଫଳହେବା ସହ ଏକ ବଡ ଧରଣର ଡକାୟତି ଉଦ୍ୟମ କୁ ପଣ୍ଡ କରିଛି l ପୋଲିସ ଅଭିଯୁକ୍ତ ବଳିଆ ଓରଫ ବଳରାମ ରେଡ୍ଡୀ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଗୋଟିଏ ଜୀବନ୍ତ ଗୁଳି ସହ ଗୋଟିଏ ମୋବାଇଲ ଫୋନ ଜବତ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ବିଭୁଦତ୍ତ ଜେନାଙ୍କ ପାଖରୁ ଦୁଇଟି ଏ ସ୍ପେୟା ମର୍ଗାଜିନ, ଦୁଇଟି ଜୀବନ୍ତ ଗୁଳି ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି l ଦୁଇ ଅଭିଯୁକ୍ତକୁ ଆସିକା ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ବେଳେ ପୂର୍ବରୁ ଅଭିଯୁକ୍ତ ମାନଙ୍କ ନାଁ ରେ ଧରାକୋଟ, ଆସିକା ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ସ୍ଵଷ୍ଟ କରିଛି l