ଭଞ୍ଜନଗର ପୁଲିସ୍‌ ପକ୍ଷରୁ ହେଲମେଟ ଓ ଫୁଲଦେଇ ଟ୍ରାଫିକ ସଚେତନତା

ଭଞ୍ଜନଗର ୧୫/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି , ଓଡ଼ିଶା ଟୁଡେ ): ଭଞ୍ଜନଗର ପୁଲିସ୍‌ ପକ୍ଷରୁ ଆଜି କେଏସ୍‌ୟୁବି କଲେଜ ସାମ୍ନାରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ଥାନାର ସମସ୍ତ ପୁଲିସ୍‌ କର୍ମଚାରୀ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଗାଡି ଚଳାଇବା ସମୟରେ ଟ୍ରାଫିକ ନିୟମ ପାଳନ କରିବା ନେଇ ସଚେତନ କରିବା ସହ ଯେଉଁ ମାନେ ଗାଡି ଚଳାଇବା ସମୟରେ ହେଲମେଟ ଓ ସିଟ୍‌ ବେଲ୍ଟ ବ୍ୟବହାର କରୁଥିଲେ ସେମାନଙ୍କୁ ଫୁଲ ଗଛ ଦେଇ ଉତ୍ସାହିତ କରିଥିଲେ। ଏବଂ ଯେଉଁ ମାନେ ହେଲମେଟ ବ୍ୟବହାର କରୁନଥିଲେ ସେମାନଙ୍କୁ ନୂଆ ହେଲମେଟ ପ୍ରଦାନ କରିବା ସହ ଗାଡି ଚଲାଇବା ସମୟରେ ନିଶ୍ଚିୟ ହେଲମେଟ ଦେବାକୁ କହିଥିଲେ। ଏଭଳି ପ୍ରାୟ ୩୦ରୁ ଅଧିକ ଲୋକଙ୍କୁ ହେଲମେଟ ପ୍ରଦାନ କରାଯାଇଥିଲା। ପୁଲିସ ସହ ପରିବହନ ବିଭାଗର କର୍ମଚାରୀ,ବିପଦର ବନ୍ଧୁ ଅନୁଷ୍ଠାନର କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ଏସ୍‌ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମହାନ୍ତି, ଜ୍ୟୋତ୍ସାମୟୀ ସାହୁ, ଲିପିନା ବିଶ୍ବାଳ, ଏଏସ୍‌ଆଇ ସୁଶାନ୍ତ କୁମାର ପଟ୍ଟନାୟକ, ସତ୍ୟ ନାରାୟଣ ମଲ୍ଲିକ ସମେତ ଥାନାର ସମସ୍ତ କର୍ମଚାରୀ ଲୋକଙ୍କୁ ସଚେତନ କରାଇଥିଲେ।