ଭଞ୍ଜନଗର: ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭଞ୍ଜନଗର ୧୫/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଥାନା ଅନ୍ତର୍ଗତ ମୁଦୁଲୀପଲ୍ଲୀ ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ସେହି ଗ୍ରାମର ରଞ୍ଜନ ପାତ୍ର ବୋଲି ଜଣାପଡିଛି। ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର କୁ ପୋଖରୀରୁ ଉଦ୍ଧାର କରିଛନ୍ତି। ଏନେଇ ଭଞ୍ଜନଗର ଥାନାରେ ଏକ ଅପମୃତ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି l