ଭଞ୍ଜନଗର ବିଧାୟକଙ୍କ ଦ୍ୱାରା ସ୍ବର୍ଗତ ଉଦୟନାଥ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଜଗନ୍ନାଥପ୍ରସାଦ-୨୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ ତାରାସିଂ ବିଜୁ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ଅଞ୍ଚଳର ଖୁବ ଜଣାଶୁଣା ମହାନ ବ୍ୟକ୍ତିତ୍ୱ ସ୍ବର୍ଗତ ଉଦୟନାଥ ବିଷୋୟୀଙ୍କ ପ୍ରତିମୂର୍ତ୍ତି ଆଜି ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ କରକମଳ ରେ ତାରାସିଂ ହାଇସ୍କୁଲ ସମ୍ମୁଖରେ ଉନ୍ମୋଚିତ ହୋଇଯାଇଛି । ହାଇସ୍କୁଲ ପଡ଼ିଆରେ ଏକ ବିରାଟ ସାଧାରଣ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ହଜାର ସଂଖ୍ୟାରେ ତାଙ୍କୁ ଭଲପାଉଥିବା ଏକାଠି ହୋଇଥିଲେ । ସ୍କୁଲ ର ପ୍ରଧାନଶିକ୍ଷକ ଶିବରାମ ମହାରଣା, ବ୍ଲକ ଉପାଧ୍ୟକ୍ଷା ନିଲାଞ୍ଚଳ ଖିଲାର, ସାଂସଦ ପ୍ରତିନିଧି ମହେନ୍ଦ୍ର ପଣ୍ଡା, ତାରାସିଂ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ, ପ୍ରାକ୍ତନ ପ୍ରଧାନଶିକ୍ଷକ ବିଭୁନନ୍ଦନ ପଟ୍ଟନାୟକ, ସାହିତ୍ୟ ବିଶାରଦ ଡ଼ଃ ପ୍ରଦୀପ କୁମାର ପଟ୍ଟନାୟକ, ତାରାସିଂ ସରପଞ୍ଚ ଯୋଗେଶ୍ୱର ବେହେରା, ସମିତି ସଭ୍ୟା ରିତା ନାୟକ, ଶିକ୍ଷାବିତ ବିପିନ ଚନ୍ଦ୍ର ନାୟକ ଙ୍କ ସମେତ ଅନେକ ଶିକ୍ଷାବିତ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଅନେକ କୃତି ଛାତ୍ରଛାତ୍ରୀ ଙ୍କୁ ଉଦୟ ପ୍ରତିଭା ସମ୍ମାନ ଓ ପୁରସ୍କାର ବଣ୍ଟନ ସହ ୬୦ ଜଣ ଦିବ୍ୟାଙ୍ଗ ଏବଂ ବୃଦ୍ଧ ବୃଧା ଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଉଦୟନାଥ ବିଷୋୟୀ ଙ୍କ ସୁପୁତ୍ର ତଥା ଉଦୟ ଫାଉଣ୍ଡେସନ ଅଧ୍ୟକ୍ଷ ଉଦ୍ୟୋକ୍ତା ଚିନ୍ତାମଣି ବିଷୋୟୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।