ନୂଆପଡ଼ା: ସାମୂହିକ ‘ବନ୍ଦେ ମାତରମ୍’ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୁତୃମୁଡ଼ା ୱାର୍ଡରେ ପୌର ପ୍ରଶାସନ ସହଯୋଗରେ ସାମୂହିକ ‘ବନ୍ଦେ ମାତରମ୍’ ଗାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏନଏସି ନିର୍ବାହୀ ଅଧିକାରୀ କମଲାସନ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡ. ସୋନିଆ ଜୈନ ଓ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଗୋଲଡ଼ି ଅଗ୍ରୱାଲ ଯୋଗଦେଇଥିଲେ। ସମସ୍ତ କାଉନସିଲର ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହାସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ଏଡ଼ାଇବା ଉଦ୍ଦେଶ୍ୟରେ ବର୍ତ୍ତନ ବ୍ୟାଙ୍କ ଉଦଘାଟନ କରାଯାଇଥିଲା।
କାର୍ଯ୍ୟକ୍ରମର ଅନ୍ତର୍ଗତ ସାଂସ୍କୃତିକ ବିଚିତ୍ରା ମଧ୍ୟ ଆୟୋଜିତ ହୋଇଥିଲା। ମହମ୍ମଦ ମୋଇନ, ମୁକେଶ ଜୈନ, ମହମ୍ମଦ ସୋଏବ, ରିଙ୍କି ଗୁରୁଦତ୍ତା, ଜାହାଙ୍ଗୀର ଖାନ ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ।