ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଜଗନ୍ନାଥ ପ୍ରସାଦ ୨୨/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ରେ +୩ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ନିମନ୍ତେ ଏକ “ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର” ତା -୨୨-୦୧-୨୬ ରିଖ ଦିନ ଅଧ୍ୟକ୍ଷ ଚିନଂ ବଦ୍ରିନାରାୟଣ ପାତ୍ର ଙ୍କ ପୌରୋହିତ୍ୟ ରେ ଉଦ୍ ଘାଟିତ ହୋଇଯାଇଅଛି। କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକା ଅର୍ଚ୍ଚନା ପ୍ରିୟଦର୍ଶିନୀ ସାଂପ୍ରତିକ ସମୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଆୟୋଜନ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ମୋଚିରାମ ନାହାକ ଯୋଗ ଦେଇ ପ୍ରଶିକ୍ଷଣ ସମୟରେ ଶୃଙ୍ଖଳା ବଜାୟ ରଖିବାକୁ ଛାତ୍ରୀ ମାନଙ୍କୁ ନିଜ ଅଭିଭାଷଣରେ କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ଶୈକ୍ଷିକ ଅଧିକାରୀ ଦ୍ବୟ ଯଥାକ୍ରମେ ଅଧ୍ୟାପକ ମାଧବ ଦଳାଇ ଏବଂ ଅଧ୍ୟାପକ ଡ଼ଃ ଭଞ କିଶୋର ରଣା ଯୋଗଦେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ସଂପର୍କରେ ଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ଅଭିଭାଷଣ ଦେଇ ଶିବିର କୁ ନିୟମିତ ଆସି ପ୍ରଶିକ୍ଷିତ ହେବାପାଇଁ ଉତ୍ସାହିତ କରିଥିଲେ।
ଶ୍ରୀମତୀ ସ୍ମୃତି ରାଣୀ ପାତ୍ର ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ପ୍ରଥମ ଦିନର ଟ୍ରେନିଂ ଦେଇଥିଲେ। ଶେଷରେ କାର୍ଯ୍ୟ କ୍ରମ ର ସହ-ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ମହାପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରକାଶ ଥାଉକି ଉକ୍ତ କାର୍ଯ୍ୟକ୍ରମରେ ୧୯୨ ଜଣ ଛାତ୍ରୀ ଭାଗନେଇଥିବାବେଳେ ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ଫେବୃୟାରୀ ୦୨ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହିବା ସହିତ ସହଯୋଗ କରିଥିଲେ।