ଚୌଦ୍ୱାରରେ ଏଣିକି ଧୂମାବତୀ ଛକ ପର୍ଯ୍ୟନ୍ତ ଗଡିବ ଆମ ବସ

ଚୌଦ୍ୱାର (ଶିବବ୍ରତ ଦାସ )ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଆମ ଵସ ସେବା ଅଧୀନରେ କଟକ ଜିଲ୍ଲା ଚୌଦ୍ୱାର କଳିଙ୍ଗ ଛକ ରୁ ଚାଲୁଥିବା 80 ନମ୍ବର ଵସ ଧୁମାଵତୀ ଏବଂ ଚୌଦ୍ୱାର କଲେଜ ପର୍ଯ୍ୟନ୍ତ ରୁଟ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଵସ ଟି କେବଳ ଚୌଦ୍ୱାର କଳିଙ୍ଗ ଛକ ପର୍ଯ୍ୟନ୍ତ ଆସି ଚାରଵାଟିଆ ଏବଂ କଟକ ପଳାଇ ଯାଉଥିଲା। ଫଳରେ ଚୌଦ୍ୱାର ର ଧୁମାଵତୀ ନଗରର ଅଞ୍ଚଳବାସୀ ଏବଂ ଚୌଦ୍ୱାର କଲେଜର ଛାତ୍ର ଛାତ୍ରୀମାନେ ବସ୍ ସେଵା ପାଇବାରୁ ବଞ୍ଚିତ ହେଉଥିଲେ। ଏହି ବସରେ ଯାତ୍ରା କରିବା ପାଇଁ ଚୌଦ୍ୱାର କଲେଜର ଛାତ୍ରଛାତ୍ରୀମାନେ ଏବଂ ଧୁମାଵତୀ ଅଞ୍ଚଳର ଲୋକମାନେ ଚାଲିଚାଲି କଳିଙ୍ଗ ଛକ ପର୍ଯ୍ୟନ୍ତ ଆସିବାକୁ ପଡୁଥିଲା। ଏହି ସମସ୍ୟାକୁ ଉପଲବ୍ଧ କରି ଷ୍ଟେଟ ହ୍ୟୁମାନ ରାଇଟ କାଉନସିଲ ର ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସ ଟୁଇଟର ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ରାଜ୍ୟ ପରିବହନ ବିଭାଗକୁ ଅବଗତ କରାଇଥିଲେ। ରାଜ୍ୟ ପରିବହନ ବିଭାଗର ସଚିବ ଅମିତାଭ ଠାକୁର ଏବଂ ଉପ ସଚିବ ସଞ୍ଜୟ ବିଶ୍ୱାଳ ଶ୍ରୀମତୀ ଦାସଙ୍କ ଏହି ଅନୁରୋଧ ରକ୍ଷାକରି ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଧୁମାଵତୀ ନଗର ସହିତ ଚୌଦ୍ୱାର କଲେଜ ପର୍ଯ୍ୟନ୍ତ ଆମ ଵସ ସେବାର ପରିସୀମା ବୃଦ୍ଧି କରିଛନ୍ତି ଯଦ୍ୱାରା ଚୌଦ୍ୱାର କଲେଜର ଛାତ୍ରଛାତ୍ରୀମାନେ ଏବଂ ଧୁମାଵତୀ ଅଞ୍ଚଳର ଜନସାଧାରଣ ଉପକୃତ ହୋଇପାରିବେ। ଏଥିପାଇଁ ଚୌଦ୍ୱାର ଅଞ୍ଚଳବାସୀ ଶ୍ରୀମତୀ ସସ୍ମିତା ଦାସଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ପରିବହନ ସଚିବ ଓ ଉପସଚିବଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି.