ଦକ୍ଷିଣେଶ୍ଵରି କାଳୀ ମନ୍ଦିର ର ଦ୍ବାଦଶ ପ୍ରତିଷ୍ଠା ଦିବସ ପାଳିତ

ଚୌଦ୍ୱାର (ଶିବବ୍ରତ ଦାସ )ଚୌଦ୍ଵାର ଥର୍ମାଲ ରୋଡ ସ୍ଥିତ ମା ଶ୍ରୀ ଶ୍ରୀ ଦକ୍ଷିଣକାଳୀ ମନ୍ଦିର ର ଗୁରୁବାର ଦିନ ଦ୍ବାଦଶ ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି। ସକାଳେ ମାନସିକ କରିଥିବା ମହିଳା ଭକ୍ତ ମାନେ ନିକଟସ୍ଥ ବିରୂପା ନଦୀ ରୁ
ଜଳ ଧାରଣ କରି ଭଜନ କୀର୍ତ୍ତନ ସହ କଳସ ଯାତ୍ରା ସମ୍ପାଦନ କରିଥିଲେ। ସକାଳେ ସୂର୍ଯ୍ୟପୂଜା, ମଣ୍ଡଳକାରଣ, ଘଟସ୍ଥାପାନ, ଅଗ୍ନିସଂଯୋଗ, ସହ ଘୃତଆହୁତି ଗାୟତ୍ରୀ ପରିବାର ଦ୍ବାରା ଶ୍ରୀଶ୍ରୀ ବେଦମାତା ଗାୟତ୍ରୀ ମହାଦେବୀ ଙ୍କ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ମହାଯଜ୍ଞ ର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ଶହ ଶହ ଶ୍ରଦ୍ଧାଳୁ ଏହି ପୁଣ୍ୟ କାର୍ଯ୍ୟରେ ଯୋଗଦେଇ ମା ଙ୍କ ଆଶୀର୍ବାଦ ଲାଭ କରିଥିଲେ । ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସଭାପତି ପବିତ୍ର କୁମାର ପରିଡ଼ା, ସମ୍ପାଦିକା ସାରଦା ଭାରତୀନାୟକ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାରସାହୁ ଙ୍କ ସମେତ ସୁମନ୍ତ ସାହୁ, ଶୁଭେନ୍ଦୁସାହୁ, ଧନେଶ୍ବର ମହାରଣା, ରଘୁନାଥ ବେଉରା, ଦିଲ୍ଲୀପ ଜେନା, ସୂର୍ଯ୍ୟମଣି ଜତି, ଯୁଲିଏଟ ମହାନ୍ତି, ସବିତା ଦାସ,ଗଣେଶ୍ବର ପ୍ରଧାନ ମନ୍ଦିର ପୂଜକ ଗଣେଶ୍ୱର ପଣ୍ଡା,ମନ୍ଦିର ସେବକ ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିଲେ।