ଦକ୍ଷିଣ ଏବଂ ଉତ୍ତର ଘୁମୁସର ବନଖଣ୍ଡ ଏବଂ ବ୍ରହ୍ମପୁର ବନ ଖଣ୍ଡ ଇଲାକାରେ କୃଷ୍ଣସାର ମୃଗ ଗଣନା ପ୍ରଶିକ୍ଷଣ ଶିବିର

ଆସିକା:-୨୮/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ର ଦକ୍ଷିଣ ଏବଂ ଉତ୍ତର ଘୁମୁସର ବନଖଣ୍ଡ ଏବଂ ବ୍ରହ୍ମପୁର ବନ ଖଣ୍ଡ ଇଲାକାରେ ଚଳିତ ବର୍ଷର କୃଷ୍ଣ ସାର ମୃଗ ଗଣନା ଉପରେ ଏକ ଦିବସିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମ ରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ,ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ନୀଳମ୍ବର ଓ ଡ଼ିଏଫଓ ଭିପାସା ପାଲୁର,ପ୍ରବେଶନର ଆଇ ଏଫ ଏସ ଲବଧି ଜୈନ,ସହକାରୀ ବନ ସଂରକ୍ଷକ ପ୍ରଦୀପ କୁମାର, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା, ସମାଜ ସେବୀ ଶୂଳପାଣି ଶତପଥୀ ମୃଗ ସୁରକ୍ଷା ସମିତି ର ଅଧକ୍ଷ ଅମୁଲ୍ୟ ଉପାଧ୍ୟାୟ, ମୟୁର ସୁରକ୍ଷା ସମିତି ର ସଭାପତି ସମୀର ପ୍ରଧାନ, ପ୍ରଶିକ୍ଷକ ଆକାଶ ରଥ, ରାଜଶ୍ୱରୀ ବେହେରା,ଆଶିଷ କୁମାର ଦାଶ, ପ୍ରମୁଖ ଉପସ୍ଥିତ ଥିଲେ l ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ଦକ୍ଷିଣ ଘୁମୁସର ବନଖଣ୍ଡ ର ଆସିକା ରେଞ୍ଜର ଅଂଚଳ ରେ ବିଭିନ୍ନ ଟିମ ର କର୍ମକର୍ତା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି l ଚଳିତ ବର୍ଷ ମାନୁଆଲ ଏବଂ ଡ୍ରୋନ କେମେରା ରେ ମଧ୍ୟ କୃଷ୍ଣ ସାର ମୃଗ ଗଣନା କରିବାକୁ ପଦକ୍ଷେପ ନିଆଯାଇଛି l ଦକ୍ଷିଣ ଘୁମୁସର ଜିଲ୍ଲା ର ଆସିକା, ପୋଲସରା, ବୁଗୁଡ଼ା ଏବଂ ବଡ଼ଗଡ଼ ବନାଞ୍ଚଳ ଇଲାକାରେ ପାଖାପାଖି ୭୦ ଗୋଟି ଟିମ ଗଠନ କରାଯାଇଛି l ଗତ କୃଷ୍ଣ ସାର ମୃଗ ଙ୍କ ସଂଖ୍ୟା ତୁଳନାରେ ଯଥେଷ୍ଟ ବୃଦ୍ଧି ହେବ ବୋଲି ଆଶା ରଖିଛି ବନ ବିଭାଗ l ୨୦୨୫ ରେ ପୁରୁଷ ୧୧୦୮, ମହିଳା ୩୪୧୪, ପିଲା ୧୧୦୫ କୁ ମିଶି ମୋଟ ୫୬୨୭ ଥିଲେ l
ଅଞ୍ଚଳ ର ଲୋକ ମାନଙ୍କ ସାହାଯ୍ୟ, ପରିବେଶ, ଜଳବାୟୁ, ସଠିକ ସଚେତନତା ଏବଂ ବନ ବିଭାଗ ର କ୍ରମାଗତ ରକ୍ଷଣ ବେକ୍ଷଣ ଯୋଗୁଁ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଡି ଏଫ ଓ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବନ ବିଭାଗର ଅଧିକାରୀ ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା,ଙ୍କ ସଂଯୋଜନା ରେ ବୁଗୁଡ଼ା ରେଞ୍ଜର ମାନସ ରଞ୍ଜନ ସାହୁ, ସୋରଡ଼ା ରେଞ୍ଜର ନିହାର ରଞ୍ଜନ ମାଲିକ, ବଡ଼ଗଡ଼ ଅଞ୍ଜନ କୁମାର ନାୟକ, ପୋଲସରା ଅନିଲ କୁମାର ପଣ୍ଡା, ଫରେଷ୍ଟର ଶରତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l