ବିଜେଡ଼ି ଛାଡି ବିଜେପି ମୁହାଁ ସରପଂଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ଙ୍କ ସହ ବହୁ ବିଜେଡି ନେତା

ସୋରଡ଼ା ୨୮/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ସୋରଡ଼ା ପଞ୍ଚାନନ ମନ୍ଦିର ଠାରେ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଛାଡି ବିଜେପିରେ ମିଶିଲେ ବହୁ ନେତା ଓ କର୍ମୀଙ୍କ ସହ ଜିଲ୍ଲା ପରିଷଦ, ସରପଞ୍ଚ,ସମିତି ସଭ୍ୟ,ୱାର୍ଡ ମେମ୍ବର। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ନୀତି ଆଦର୍ଶ,ବିକାଶ ଧାରରେ ଅନୁପ୍ରାଣିତ ହୋଇ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଙ୍କ ବଲିଷ୍ଠ ନେତୃତ୍ୱ କୁ ଦେଖି ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି ବିଜେଡି ନେତା। ଆଜିର ମିଶ୍ରଣ ପର୍ବ ରେ ସୋରଡ଼ା ବ୍ଳକ ବିଜେଡି ସଭାପତି ବସନ୍ତ ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟ ସୁକୁମାରୀ ମଳିକ, ସରାବାଡ଼ି ସରପଞ୍ଚ କୌଶଲ୍ୟା ମଳିକ ତଥା ୧୫ ଜଣ ୱାର୍ଡ ସଭ୍ୟ,ମେରିକୋଟ ସରପଞ୍ଚ ନମିତା ମଳିକ ସମିତି ସଭ୍ୟ ପ୍ରଶାନ୍ତ ଗମାଙ୍ଗ, ନାୟବ ସରପଞ୍ଚ ଗୋଲାପ ନାୟକ, ବଡ଼ଗଡ଼ ପଂଚାୟତ ସମିତି ସଭ୍ୟ ନୀଳକଣ୍ଠ ମଣ୍ଡଳ, ସୁରମଣୀ ସରପଞ୍ଚ କସ୍ତୁରୀ ଦଳବେହେରା ଓ ବହୁ ୱାର୍ଡ ମେମ୍ବର ସମେତ ସହ ସହ ବିଜେଡି କର୍ମୀ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଛନ୍ତି|ଆସନ୍ତା ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଏବେଠୁ ଗଡ଼ ସଜାଡି ବାକୁ ପଡ଼ୁଛି।ଆଗକୁ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦୀ ଙ୍କ ସହ ଲଢେ଼ଇ କରି ବିଜୟ ହେବା ଲକ୍ଷ ରଖି ମିଶ୍ରଣ ପର୍ବ ର ଆୟୋଜନ କରିଥିବା କହିଛନ୍ତି ବିଧାୟକ ନିଳମଣି ବିଷୋୟୀ।