
ବୁଗୁଡ଼ା, ୨୮/୦୧ (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବୁଗୁଡ଼ା ବୁଦ୍ଧଖୋଲ ପାଦଦେଶରେ ଆସନ୍ତା ଫେବୃଆରୀ ୭ ତାରିଖରୁ ତିନିଦିନ ବ୍ୟାପୀ ‘ବୁଦ୍ଧଖୋଲ ମହୋତ୍ସବ’ ଅନୁଷ୍ଠିତ ହେବାକୁ ଯାଉଛି। ଫେବୃଆରୀ ୭, ୮ ଓ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଭବ୍ୟ ମହୋତ୍ସବ ପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି।ସ୍ଥାନୀୟ ଜନସୁବିଧା କେନ୍ଦ୍ର ପରିସରରେ ବୁଦ୍ଧଖୋଲ ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୃଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରହିତ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମହୋତ୍ସବକୁ ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏହି ପ୍ରସ୍ତୁତି ବୈଠକରେ ସମିତିର ସମ୍ପାଦକ ଗଙ୍ଗାଧର ବିଷୋୟୀ ବୁଦ୍ଧଖୋଲ ଉନ୍ନୟନ ସମିତିର ସମସ୍ତ କର୍ମକର୍ତ୍ତା ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ଵେଚ୍ଛାସେବୀ ବୃନ୍ଦ ସମେତ ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ବିଡ଼ିଓ ଦ୍ବୁତିକୃଷ୍ଣ ପାତ୍ର , ତହସିଲଦାର ତାପସ ରାଉତ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା, ଥାନାଧିକାରୀ ସିତାଂଶୁ ଶେଖର ମାନ୍ଧାତା, ବନାଞ୍ଚଳ ଅଧିକାରୀ ମାନସ ସାହୁ , ପ୍ରଭାକର ପଣ୍ଡା, ଅଭିନେତ୍ରୀ ବିଦୁସ୍ମିତା ମହାନ୍ତି ଉପସ୍ଥିତ ଥିଲେ।